୨ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ

କାର୍‌, ନଗଦ ୧.୨୦ ଲକ୍ଷ ଟଙ୍କା, ଭୁଜାଲି, ଛୁରୀ, ୩ଟି ମୋବାଇଲ୍‌ ସମେତ ବିଭିନ୍ନ ସରଞ୍ଜାମ ଜବତ

୨ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ

ବରଗଡ଼ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଟିଏମ୍‌ ଲୁଟ୍‌ କରିଥିବା ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ବରଗଡ଼ ପୁଲିସ୍‌ ଧରିଛି। ସେମାନେ ହେଲେ ଉତ୍ତରପ୍ରଦେଶ କାନପୁର ଜିଲ୍ଲା ଶ୍ୟାମନଗରର ବିଜୟ ୟାଦବ (୨୫) ଏବଂ ପଟେଲ ନଗରର ଶ୍ୟାମଜୀ ଗୌତମ (୨୦)। ସେମାନଙ୍କ ପାଖରୁ ଉତ୍ତରପ୍ରଦେଶର ନମ୍ବର ଥିବା ଗୋଟିଏ କାର୍‌, ନଗଦ ୧.୨୦ ଲକ୍ଷ ଟଙ୍କା, ଗୋଟିଏ ଲେଖାଏଁ ଭୁଜାଲି ଏବଂ ଛୁରୀ, ୩ଟି ମୋବାଇଲ୍‌ ସମେତ ବିଭିନ୍ନ ସରଞ୍ଜାମ ଜବତ ହୋଇଥିବା ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଅଭିଯୁକ୍ତମାନେ ଓଡ଼ିଶାର ଭଦ୍ରକ, କଟକ,   ଭୁବନେଶ୍ବର, ବ୍ରହ୍ମପୁର, ଗଂଜାମ, ପୁରୀ, ରାୟଗଡ଼ା, କଳାହାଣ୍ଡି, ବଲାଂଗୀର ଏବଂ ବରଗଡ଼ ଜିଲ୍ଲାରେ ଏଟିଏମ୍‌ ଲୁଟ୍‌ କରିଥିଲେ। ସଂପୃକ୍ତ ଥାନା ଇଲାକାରେ ସେମାନଙ୍କ ନାମରେ ମାମଲା ବି ରହିଛି। ଗତ ୧୨ ତାରିଖ ବିଜେପୁର ରାସ୍ତା ଗୋପୀନାଥ ମନ୍ଦିର ନିକଟସ୍ଥ ଏଟିଏମ୍‌ରେ ଏବଂ ୧୪ ତାରିଖ ସଦର ଥାନା ଅନ୍ତର୍ଗତ ଲେଖାପଥର ପାଖରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଧରିବାକୁ ୨ଟି ଟିମ୍‌ ଗଠନ ହୋଇଥିଲା। ସେମାନଙ୍କୁ ଲେଖାପଥର ପାଖରେ ଠାବ କରିବା ସହ କାବୁ କରାଯାଇଥିଲା। ସେମାନେ ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା। ଏହି ଗ୍ୟାଙ୍ଗରେ ସଂପୃକ୍ତ ଅନ୍ୟ ସଦସ୍ୟଙ୍କ ପତ୍ତା ଲଗାଇବାକୁ ପୁଲିସ୍‌ ଛାନ୍‌ଭିନ୍‌ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe