ଦୁଇ ଆଇପିଏସ୍‌ଙ୍କୁ ମିଳିଲାନି ରାଜ୍ୟପାଳ ପଦକ: ବିଜ୍ଞପ୍ତିରେ ନାଁ ଥିଲା, ପଦକ ତାଲିକାରୁ କଟିଗଲା

Advertisment

୨୦୨୫ ଜାନୁଆରି ୨୧। ରାଜ୍ୟପାଳ ପଦକ(୨୦୨୪ ମସିହାର) ପାଇଁ ଯୋଗ୍ୟ ବିବେଚିତ ପୁଲିସ ଅଧିକାରୀଙ୍କ ନାମ ତାଲିକା ପ୍ରକାଶ ପାଇଥିଲା। ଏଥିରେ ମୋଟ୍‌ ୨୦ଙ୍କ ନାମ ଥିଲା। ଏହା ମଧ୍ୟରେ ଥିଲେ ଅଗ୍ନିଶମ ସେବା ଓ ହୋମ୍‌ଗାର୍ଡ ଆଇଜି ଦୀପକ କୁମାର ଓ ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ।

୨୦୨୫ ଜାନୁଆରି ୨୧। ରାଜ୍ୟପାଳ ପଦକ(୨୦୨୪ ମସିହାର) ପାଇଁ ଯୋଗ୍ୟ ବିବେଚିତ ପୁଲିସ ଅଧିକାରୀଙ୍କ ନାମ ତାଲିକା ପ୍ରକାଶ ପାଇଥିଲା। ଏଥିରେ ମୋଟ୍‌ ୨୦ଙ୍କ ନାମ ଥିଲା। ଏହା ମଧ୍ୟରେ ଥିଲେ ଅଗ୍ନିଶମ ସେବା ଓ ହୋମ୍‌ଗାର୍ଡ ଆଇଜି ଦୀପକ କୁମାର ଓ ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ।

ଅନ୍ୟୁନ ୧୦ ଆଇପିଏସ୍‌ ଅଧିକାରୀ ପଠାଇବାକୁ ଓଡ଼ିଶାର ଦାବି

ଭୁବନେଶ୍ବର: ୨୦୨୫ ଜାନୁଆରି ୨୧। ରାଜ୍ୟପାଳ ପଦକ(୨୦୨୪ ମସିହାର) ପାଇଁ ଯୋଗ୍ୟ ବିବେଚିତ ପୁଲିସ ଅଧିକାରୀଙ୍କ ନାମ ତାଲିକା ପ୍ରକାଶ ପାଇଥିଲା। ଏଥିରେ ମୋଟ୍‌ ୨୦ଙ୍କ ନାମ ଥିଲା। ଏହା ମଧ୍ୟରେ ଥିଲେ ଅଗ୍ନିଶମ ସେବା ଓ ହୋମ୍‌ଗାର୍ଡ ଆଇଜି ଦୀପକ କୁମାର ଓ ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ। ସାଧାରଣତନ୍ତ୍ର ଦିବସରେ ଏମାନଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଜାନୁଆରି ୨୬, ୨୦୨୫। ଲୋକସେବା ଭବନ କନ୍‌ଭେନ‌ସନ ସେଣ୍ଟରରେ ଆୟୋଜିତ ହେଲା ରାଜ୍ୟପାଳ ପଦକ ପ୍ରଦାନ କାର୍ଯ୍ୟକ୍ରମ। ତାଲିକାରେ ଥିବା ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କଲେ। କିନ୍ତୁ ଦୁଇ ଆଇପିଏସ୍‌ ଅଧିକାରୀ ଦୀପକ କୁମାର ଓ ପରମାର ସ୍ମିତ୍‌ ପୁରୁଷୋତ୍ତମଙ୍କ ନାମ ତାଲିକାରେ ନଥି‌ଲା। ସେଠାରେ ସେମାନଙ୍କ ଡକାଯାଇ ନଥିଲା କି ସେମାନେ ଉତ୍ସବ ସ୍ଥଳକୁ ବି ଯାଇ ନଥିଲେ। ଏହି ଘଟଣାଟି ପ୍ରାଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେଉଁ ପରିସ୍ଥିତିରେ ସେମାନଙ୍କୁ ସରକାର ଯୋଗ୍ୟ ଭାବିଲେ ଓ ପୁଣି ପାଞ୍ଚ ଦିନ ପରେ ତାଲିକାରୁ ନାଁ କାଟିଦେଲେ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ନିଷ୍ପତ୍ତିରେ ଖୋଦ୍ ସରକାର ହିଁ ଅଡ଼ୁଆରେ ପଡ଼ିଯାଇଛନ୍ତି। 

ବିଜ୍ଞପ୍ତିରେ ନାଁ ଥିଲା, ପଦକ ତାଲିକାରୁ କଟିଗଲା
ମମିତା ମେହେର ଓ ନବ ଦାସ ହତ୍ୟା ମାମଲା ଅଡ଼ୁଆ ହେଲା କି?

ଦୁଇ ଅଧିକାରୀଙ୍କ ନାମକୁ ତାଲିକାରୁ ବାଦ୍‌ ଦିଆଗଲା, ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି। ୨୦୨୧ ମମିତା ମେହେର ମୃତ୍ୟୁ ମାମଲା ଓ ୨୦୨୩ ନବ ଦାସ ହତ୍ୟାକାଣ୍ଡ ମାମଲା ସମୟରେ ଦୀପକ କୁମାର ଉତ୍ତରାଞ୍ଚଳ ଡିଆଇଜି ଓ ପରମାର ସ୍ମିତ୍‌ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁଇଟି ମାମଲାରେ ବିଜେପି ସରକାର ସବୁବେଳେ ପୂର୍ବ ସରକାରର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିଲା। ମମିତା ମେହେର ହତ୍ୟା ମାମଲାରେ ସେତେବେଳେ ବିରୋଧୀ ଦଳ ଭୂମିକାରେ ଥିବା ବିଜେପି ପକ୍ଷରୁ ଦୀପକ କୁମାରଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରାଯାଉଥିଲା। ଏପରିକି ସେ ବିଜେଡିର ଏଜେଣ୍ଟ ହୋଇ କାମ କରୁଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ନବ ଦାସ ହତ୍ୟାକାଣ୍ଡ ପରେ ତତ୍କାଳୀନ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କୁ ହଟାଯାଇ ପରମାର ସ୍ମିତ୍‌ଙ୍କୁ ଅଣାଯାଇଥିଲା। ଯଦିଓ ପରେ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତଭାର ନେଇଥିଲା, ତଥାପି ଏସ୍‌ପି ପରମାରଙ୍କୁ ଝାରସୁଗୁଡ଼ା ବଦଳିକୁ ନେଇ ସେତେବେଳେ ବିଜେପି ପ୍ରଶ୍ନ ଉଠାଇଥିଲା। ତେଣୁ ତାଲିକାରୁ ନାଁ କଟିବା ପାଇଁ ଏହି ଦୁଇଟି ପ୍ରମୁଖ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ବର୍ତ୍ତମାନର ବିଜେପି ସରକାର ଏ ବିଷୟରେ ଅବଗତ ଥିଲେ, ତାହେଲେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ପଦକ ତାଲିକା ପ୍ରସ୍ତୁତ ବେଳେ ଏତେବଡ଼ ଭୁଲ୍‌ କେମିତି ହେଲା ଏବଂ ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠୁଛି। 

ପୂର୍ବରୁ ସାଧାରଣ ନିର୍ବାଚନ ସମୟରେ ବରିଷ୍ଠ ଆଇପିଏସ୍‌ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହଙ୍କ ଭୂମିକାକୁ ନେଇ ଅଭିଯୋଗ ହେବା ପରେ ନିଲମ୍ବନ କରାଯାଇଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ସେମାନଙ୍କୁ ପୁରସ୍କାର ସ୍ବରୂପ ‌କେନ୍ଦ୍ରୀୟ ବିଭାଗରେ ଅବସ୍ଥାପିତ କରାଗଲା। ଏ କ୍ଷେତ୍ରରେ ହୁଏତ ସେଭଳି କିଛି ହୋଇଥାଇ ପାରେ ବୋଲି ବିଜ୍ଞପ୍ତି ବାହାରିବା ପରେ ଅନୁମାନ କରାଯାଉଥିଲା। ହେଲେ ସରକାର ନିନ୍ଦିତ ହେବା ଆଶଙ୍କା ଥିବାରୁ ଶେଷ ସମୟରେ ‌ଦୁଇ ଆଇପିଏସ୍‌ଙ୍କ ନାମକୁ ତାଲିକାରୁ ବାଦ୍‌ ଦିଆଯାଇଥାଇ ପାରେ ବୋଲି ପାୱାର କରିଡର୍‌ରେ ଚର୍ଚ୍ଚା ହେଉଛି। ଯଦି ସରକାରଙ୍କର ଏଥିରେ ସଂପୃକ୍ତି ନାହିଁ, ତାହେଲେ କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ଉପରୋକ୍ତ ଦୁଇ ଆଇପିଏସ୍‌ଙ୍କ ନାମ ସୁପାରିସ କରିଥିଲା, ତାହାକୁ ନେଇ ମଧ୍ୟ ଖୋଳତାଡ଼ ହେବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe