ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ

Advertisment
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୨ ଜଣ ଆଟିବିପିର ଯବାନ ଆହତ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା ଯେ ଆବୁଝମାଡ ଜଂଗଲର କୁତୁଲ ଅଂଚଳରେ ମାଓବାଦୀ କ୍ୟାମ୍ପ କରି ରହିଛନ୍ତି। ତେବେ ତୁରନ୍ତ ଜିଲ୍ଲା ପୁରିସ ସହ ଆଇଟିବିପିର ଯବାନ ସର୍ଚ୍ଚ ଅପରେସନ ପାଇଁ ଜଂଗଲରେ ପଶିଥିଲେ।ତେବେ ନକ୍ସଲ ପୂର୍ବରୁ ଆମ୍ବୁସ ଲଗାଇ ବସିଥିଲେ। ଯବାନ ଜଂଗଲରେ ପଶିବା ପରେ ମାଟି ତଳେ ଖଞ୍ଜା ଯାଇଥିବା ଲ୍ୟଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ଫଳରେ ଦୁଇ ଜଣ ଆଇଟିବିପିର ଯବାନ ଗୁରୁତର ଆହତ ହୋଇଥିଲେ।ତୁରନ୍ତ ସେମାନଙ୍କୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି। ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି ଅବସ୍ଥା ସଂକଟାପନ୍ନ ହେଲେ ତୁରନ୍ତ ରାୟପୁର ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି। ଆହତ ଯବାନଙ୍କ ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe