ଡେଙ୍ଗୁରେ ୨ ଜୁଆଙ୍ଗ ଶିଶୁ ଆକ୍ରାନ୍ତ

ସମ୍ବଲପୁରରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ

India.com

ଯାଜପୁର/କାଳିଆପାଣି : ମୌସୁମୀ ବର୍ଷା ଆରମ୍ଭ ହେଉଣୁ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିଥିବାବେଳେ ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୨ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଛି। ଦୁଇ ଆକ୍ରାନ୍ତଙ୍କୁ ତାଙ୍କ ପରିବାର ଡୁବୁରିସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଘର ନଗଡ଼ା ନିକଟ କଙ୍କଡ଼ାଗୋଡ଼ି ଗାଁରେ। ଦୁହେଁ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍‌ ବିରାଶାଳ ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଛନ୍ତି। ସେମାନଙ୍କ ଜେଜେମା ଓ ମା ଦୀର୍ଘ ବାଟ ଚାଲିଚାଲି ଆସି ଦୁଇ ଶିଶୁଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ। ସେମାନେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନଙ୍କ ଭଳି ଅନେକ ଛାତ୍ରଛାତ୍ରୀ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସେହିପରି ଆଖିଧରା ରୋଗ ବ୍ୟାପକ ସଂକ୍ରମଣ ହେବାରେ ଲାଗିଛି। ଏପରିକି କେତେକ ଅଭିଭାବକ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ବନ୍ଦ କରି ଦେଲେଣି। ଋତୁ ପରିବର୍ତ୍ତନ ଓ ବର୍ଷା ସମୟରେ ଆରମ୍ଭ ହୋଇଥିବା ରୋଗକୁ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe