ବଜ୍ରପାତରେ ୨ ମୃତ

Advertisment
ବଜ୍ରପାତରେ ୨ ମୃତ

କେନ୍ଦ୍ରାପଡ଼ା/ ରାଜନଗର/ ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ବିତ୍ପାତ ଆତଙ୍କ ଖେଳାଇଛି।  ବଜ୍ରପାତରେ ରାଜନଗର ଓ ଡେରାବିଶରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ, ସୁକୁମାର ମାନ୍ନା (୫୦)  ଓ ଅକ୍ଷୟ ରାଉତ(୨୩)।

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୨ ଟାରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଘର ଆଗରେ ଛିଡ଼ା ହୋଇଥିବା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ଭେକ୍ଟା ଗାଁର ସୁକୁମାରଙ୍କ ଉପରେ ବଜ୍ରପାତ ହୋଇଥିଲା। ସେ ଚେତା ହରାଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି କେନ୍ଦ୍ରାପଡ଼ା ବଳଭଦ୍ରପୁର ନିକଟରେ ରେଳବାଇ କାମ ତଦାରଖ କରୁଥିବା ସୁପରଭାଇଜର  ଅକ୍ଷୟଙ୍କ ଉପରେ ବଜ୍ରପାତ ହୋଇଥିଲା। ତାଙ୍କ ଘର ଭରତପୁର ପଞ୍ଚାୟତର ମେହେନ୍ଦିପୁର ଗାଁରେ। ଅପରାହ୍ଣରେ ଖାଇ ସାରି ଅକ୍ଷୟ ବାଇକ୍‌ ନେଇ ସେଠାକୁ ଯାଇଥିଲେ। କିଛି ଶ୍ରମିକ ଓ ସହକର୍ମୀଙ୍କ ସହ କଥା ହେଉଥିବା ବେଳେ ବଜ୍ରପାତ ହୋଇଥିଲା। ଅକ୍ଷୟ ସେଠାରେ ଟଳି ପଡ଼ିଥିଲେ। ସେଠାରେ ଥିବା ଦେବ ପ୍ରସାଦ ପଣ୍ଡାଙ୍କ ସମେତ ୨ ଜଣ ଆହତ ହୋଇଥିଲେ।  ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe