ମାଟିତଳେ ଚାପି ହୋଇଗଲେ ଦୁଇ ଶ୍ରମିକ

Advertisment
ରାଜ୍ୟରେ ହେଉଥିବା ୯୦ ପ୍ରତିଶତ ଅପରାଧ ପାଇଁ ପ୍ରବାସୀ ଶ୍ରମିକ ହିଁ ଦାୟୀ: ଗୋଆ ମୁଖ୍ୟମନ୍ତ୍ରୀ

CableCommunity.com

ଫୁଲନଖରା: ତେଲେଙ୍ଗାପେଣ୍ଠରେ ଏକ ନୂଆ ପୋଲର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ମାଟି ଅତଡ଼ା ଧସିବାରୁ କାର୍ଯ୍ୟରତ ଦୁଇ ଜଣ ଶ୍ରମିକ ମାଟି ତଳେ ପୋତି ହୋଇଯାଇଛନ୍ତି। ନିକଟରେ ଥିବା ଅନ୍ୟ ଶ୍ରମିକମାନେ ସେମାନଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଫୁଲନଖରା ଡିଷ୍ଟ୍ରିବ୍ୟୁଟାରି କେନାଲ୍‌ ଉପରେ ଏକ ନୂଆ ପୋଲର ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଶ୍ରମିକମାନେ ରଡ୍‌ ବାନ୍ଧୁଥିବା ବେଳେ ବର୍ଷା ଯୋଗୁଁ ଓଦା ଥିବା ମାଟି ହଠାତ୍‌ ଧସି ଯାଇଥିଲା। ନିକଟରେ ଥିବା ଦୁଇଜଣ ଶ୍ରମିକ ଧସିଥିବା ମାଟିତଳେ ପୋତି ହୋଇଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟମାନେ ଧାଇଁ ଆସି ମାଟି ଖୋଳି ସେ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଆହତ ଶ୍ରମିକଦ୍ବୟ ହେଲେ କନ୍ଦରପୁର ଥାନା ଅନ୍ତର୍ଗତ ସୋମପୁର ଗାଁର କାର୍ତ୍ତିକ ଭୋଇ(୨୮) ଓ ରବୀନ୍ଦ୍ର ସାମଲ(୩୦)। ଖବର ପାଇ କର୍ପୋରେଟର୍‌ ଜନାର୍ଦ୍ଦନ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ରବୀନ୍ଦ୍ରଙ୍କ ଅବସ୍ଥା ଭଲ ଥିବା ବେଳେ କାର୍ତ୍ତିକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe