ଏମିତି ବି ମୃତ୍ୟୁ ଆସେ : ବାଡ଼ାରେ ପିଟିହେଲା ମୁଣ୍ଡ; ୨ ଶ୍ରମିକ ମୃତ

Advertisment
ଏମିତି ବି ମୃତ୍ୟୁ ଆସେ : ବାଡ଼ାରେ ପିଟିହେଲା ମୁଣ୍ଡ; ୨ ଶ୍ରମିକ ମୃତ

ବଡ଼କେର : ଅନୁଗୁଳ ସହର ଉପକଣ୍ଠ ଡେରଜାଙ୍ଗ ଜଳଭଣ୍ଡାର ରାସ୍ତାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟାଟା ଏସିଇ ଗାଡ଼ିରେ ସିମେଣ୍ଟ୍‌ ତିଆରି ନନ୍ଦ ବୋଝେଇ କରି ଯାଉଥିବା ଦୁଇ ଶ୍ରମିକଙ୍କ ଭାରିଯାନ କଟକଣା ପାଇଁ ରାସ୍ତାରେ ଲଗାଯାଇଥିବା ଲୁହା ବାଡ଼ାରେ ପିଟି ହୋଇ ମୃତ୍ୟୁ ଘଟିଛି। ମୃତ ଦୁଇ ଶ୍ରମିକ ହେଉଛନ୍ତି ଅନୁଗୁଳ ଥାନା କୁଶାସିଂହା ଗ୍ରାମର ପବିତ୍ର ରାଉତଙ୍କ ପୁଅ ପ୍ରଦ୍ୟୁମ୍ନ(୩୯) ଏବଂ ଉଦୟନାଥ ଖିଲାରଙ୍କ ପୁଅ ପ୍ରାଣବଂଧୁ(୩୮)। ପ୍ରଦ୍ୟୁମ୍ନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ପ୍ରାଣବଂଧୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯିବା ବାଟରେ ପ୍ରାଣବାୟୁ ଉଡ଼ିଯାଇଥିଲା। ପ୍ରାପ୍ତ ସୂଚନାନୁଯାୟୀ, କୁଶାସିଂହା ଗ୍ରାମର ଜନୈକ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ନିର୍ମାଣ ପାଇଁ ଆଜି ସକାଳ ପ୍ରାୟ ୧୦ଟା ବେଳେ ବଡ଼କେରାରୁ ଟାଟା ଏସିଇ ଗାଡ଼ିରେ ସିମେଣ୍ଟ୍‌ ନନ୍ଦ ଆସୁଥିଲା। ପ୍ରଦ୍ୟୁମ୍ନ, ପ୍ରାଣବଂଧୁ ଏବଂ ଅନ୍ୟ ଜଣେ ଶ୍ରମିକ ଗାଡ଼ିରେ ନନ୍ଦ ବୋଝେଇ କରି ଡାଲାରେ ଠିଆ ହୋଇ ଆସୁଥିଲେ। ଡେରଜାଙ୍ଗ ଜଳଭଣ୍ଡାର ରାସ୍ତାରେ କୁଶାସିଂହା ଅଭିମୁଖେ ଗାଡ଼ି ଅତିକ୍ରମ କରୁଥିବା ବେଳେ ଭାରିଯାନ କଟକଣା ପାଇଁ ଲଗାଯାଇଥିବା ଲୁହା ବାଡ଼ାରେ ପ୍ରଦ୍ୟୁମ୍ନ ଏବଂ ପ୍ରାଣବଂଧୁଙ୍କ ମୁଣ୍ଡ ହଠାତ୍‌ ମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe