Advertisment

ଟ୍ରକ୍‌ରୁ ମାର୍ବଲ ଓହ୍ଲାଇବା ବେଳେ ଚାପିହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

Advertisment
ଟ୍ରକ୍‌ରୁ ମାର୍ବଲ ଓହ୍ଲାଇବା ବେଳେ ଚାପିହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ଟ୍ରକ୍‌ରୁ ମାର୍ବଲ ଓହ୍ଲାଇବା ସମୟରେ ଅଘଟଣ ଘଟିଛି। ଦୁଇ ଜଣ ଶ୍ରମିକଙ୍କ ଚାପି ହୋଇ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ବୌଦ୍ଧ ସହର ବାପୁଜୀନଗରର ପଞ୍ଚାନନ ନାଏକ ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ୱାମିତ୍ର ଦେହୁରୀ। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୫୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ଶୁକ୍ରବାର ସକାଳ ୯ଟାରେ ବୌଦ୍ଧ ସହର ଦେଇ ଯାଇଥିବା ୫୬ ନଂ ଜାତୀୟ ରାଜପଥର ରାଜନପାଲିଠାରେ ଏକ ଟ୍ରକରୁ ଶ୍ରମିକ ମାନେ ମାର୍ବଲ ଓହ୍ଲାଉଥିଲେ। ଏହି ସମୟରେ ମାର୍ବଲ ଖସିପଡ଼ିଥିଲା। ଏଥିରେ ଚାପିହୋଇ ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ପରେ ଉତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି।

ରାଜନପାଲିର ଶମ୍ଭୁ ପ୍ରସାଦ ଅଗ୍ରୱାଲଙ୍କ ପାଖକୁ ଏକ ଟ୍ରକ(ଓଡି-୧୫-ଜି-୮୭୩୩)ରେ ମାର୍ବଲ ଆସିଥିଲା। ଶ୍ରମିକମାନେ ମାର୍ବଲ ଓହ୍ଲାଇବା ବେଳେ ଚାପି ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe