ଗଂଜାମରେ ଇଟାଭାଟି ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନୂଆଗଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଇଟାଭାଟି ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପାଟପୁର ଥାନା କୁଲୁଡ଼ି ଗ୍ରାମର ସୁଲଭ ଦୋରା(୬୦) ଓ ବହଳଦିଆ ଗ୍ରାମର ସରସ୍ବତୀ ପ୍ରଧାନ(୬୦) ବୋଲି ପୁଲିସ କହିଛି। ପୁଲିସ ଓ ଶ୍ରମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ବହୁ ‌ଇଟାଭାଟି ଗଢ଼ି ଉଠିଛି। ଏହି ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରାଯାଉଛି। ନୂଆଗଡ଼ରେ ଥିବା ଏକ ଇଟାଭାଟିରେ ମଧ୍ୟ କିଛି ଶ୍ରମିକ ଆଜି କାମ କରୁଥିଲେ। ସେମାନେ କାମ କରୁଥିବା ବେଳେ ହଠାତ୍‌ ଇଟାଭାଟି ଶୁଭୁଡ଼ି ତାଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ସୁଲଭଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସରସ୍ବତୀ ଓ ବନିତା ସେଠୀ, ରଙ୍ଗିନ୍‌ ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସରସ୍ବତୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe