ଘରୋଇ କାରଖାନାରେ ଅଘଟଣ: ନିଆଁରେ ପୋଡ଼ିଗଲେ ୨ ଶ୍ରମିକ, ଗୁରୁତରଙ୍କୁ କଟକ ସ୍ଥାନାନ୍ତର 

Advertisment
ଘରୋଇ କାରଖାନାରେ ଅଘଟଣ: ନିଆଁରେ ପୋଡ଼ିଗଲେ ୨ ଶ୍ରମିକ, ଗୁରୁତରଙ୍କୁ କଟକ ସ୍ଥାନାନ୍ତର 
ଭଦ୍ରକ: ଭଦ୍ରକର ରାନ୍ଦିଆସ୍ଥିତ ବେଦାନ୍ତ ଫେକର କାରଖାନାରେ ପୁଣି ଅଘଟଣ ଘଟିଛି। ମାସକ ପରେ ଆଜି ମଧ୍ୟ ସେଇ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। କାରଖାନା ଭିତରେ କାମ କରୁଥିବା ସମୟରେ ଦୁଇ ଜଣ ଶ୍ରମିକଙ୍କ ଉପରେ ନିଆଁ ଝୁଲ ପଡ଼ିଯାଇଛି। ଫଳରେ ନିଆଁରେ ପୋଡ଼ିହୋଇ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ଗୁରୁତର ହେଲେ ପୂର୍ଣ୍ଣଚନ୍ଦ୍ର ସୂତାର ଓ ବିଜୟ ବେହେରା।
ସୂଚନା ଅନୁସାରେ ଅନ୍ୟ ଦିନ ଭଳି ଆଜି ମଧ୍ୟ ବେଦାନ୍ତ ଫେକର କାରାଖାନାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ କୋରଣ୍ଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସୂତାର ଓ ରନ୍ଦିଆର ବିଜୟ ବେହେରାଙ୍କ ଉ‌ପରେ ନିଆଁ ଝୁଲ ପଡ଼ିଯାଇଥିଲା। ଦୁଇ ଗୁରୁତର ଶ୍ରମିକଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ପରେ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଫେକର ବେଦାନ୍ତରେ ବାରବାର ଶ୍ରମିକମାନଙ୍କ ଉପରେ ଏଭଳି ଅଘଟଣ ଘଟୁ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଛି। ରିପୋର୍ଟ ଲେଖାଯିବା ବେଳକୁ ଏହି ଅଘଟଣ ନେଇ କଂପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇପାରି ନାହିଁ।
publive-image
ସୂଚନାଯୋଗ୍ୟ, ଗତ ଏକ ମାସକ ତଳେ ଏଇ କାରଖାନାରେ ନିଆଁ ଛିଟିକା ପଡ଼ି ଜଣେ ଶ୍ରମିକ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେହି ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମଧ୍ୟ ସେତେବେଳେ ଫେକର ବେଦାନ୍ତ ପ୍ଲାଣ୍ଟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe