ସାର୍ଟିଫିକେଟ ଯାଞ୍ଚ ଭୟରେ ୨ ଶିକ୍ଷୟିତ୍ରୀ ଚାକିରି ଛାଡ଼ିଲେ

Update Odisha

ମ.ରାମପୁର : ସାରା ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଜୋର ଧରିଥିବାବେଳେ ସୋମବାର ଦିନ ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୨୯ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ହେଲେ ସାର୍ଟିଫିକେଟ ଯାଞ୍ଚ ଭୟରେ ଦୁଇଜଣ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଥିବା ନେଇ ସଂପୃକ୍ତ ବିଭାଗକୁ ଡାକଯୋଗେ ଚିଠି ପଠାଇ ଥିବା ଜଣାଯାଇଛି। ଉକ୍ତ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ କିସାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe