Kalinga TV
ବୌଦ୍ଧ: ବୌଦ୍ଧ ସହରର ବରିଷ୍ଠ ଓକିଲ ଦେବେନ୍ଦ୍ର ଗୁରୁ ସୋମବାର ବ୍ୟାଙ୍କରୁ ଟଙ୍କା ନେଇ ଆସିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, ଶ୍ରୀ ଗୁରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାର ନିଜ ଜମାଖାତାରୁ ଦୁଇଲକ୍ଷ ଟଙ୍କା ଉଠାଣ କରିଥିଲେ। ଟଙ୍କାକୁ ଡାକଘରେ ଜମା କରିବା ଉଦ୍ଦେଶ୍ୟରେ କୋର୍ଟ ଡାକଘରକୁ ଯାଉଥିଲେ।
ଜଗନ୍ନାଥ ସଡ଼କରୁ ହାତରେ ତାଙ୍କ ଭର୍ତ୍ତି ବ୍ୟାଗ ଧରି ଡାକଘର ପାହାଚରେ ଓହ୍ଲାଇବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବ୍ୟାଗ ଲୁଟି ନେଇ ଏକ କେଟିଏମ୍ ବାଇକରେ ଫେରାର ହୋଇ ଯାଇଥିଲେ। ଶ୍ରୀ ଗୁରୁଙ୍କ ପାଟି ଶୁଣି ସ୍ଥାନୀୟ ଯୁବକମାନେ ଲୁଟେରାଙ୍କୁ ଗୋଡ଼ାଇଥିଲେ। ହେଲେ ସେମାନେ କ୍ଷିପ୍ର ବେଗରେ ବୁଟୁପାଲି ରାସ୍ତାରେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ଅଭିଯୋଗ ହେବା ପରେ ବୌଦ୍ଧ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।
Follow Us