ମଦ୍ୟପ ଡ୍ରାଇଭର ପାଇଁ ଗଲା ୨ ଜୀବନ

ମଦ୍ୟପ ଡ୍ରାଇଭର ପାଇଁ ଗଲା ୨ ଜୀବନ

ଧର୍ମଶାଳା : ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା। ଗାଡ଼ି ଧକ୍କାରେ ଦୁଇଜଣ ଯୁବକ ପ୍ରାଣ ହରାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଶଙ୍ଖାରିଡିହ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି।

ମୃତକ ଦ୍ବୟ ସ୍ଥାନୀୟ ଚହଟା (ହଟବରସାହି)ଗ୍ରାମର ରାଜମିସ୍ତ୍ରି ସଞ୍ଜୟ ମହାନ୍ତି(୩୯) ଓ ଏହି ଗାଁର ଶ୍ରମିକ ରମେଶ ମଲିକ(୨୮)। ରାଜମିସ୍ତ୍ରି କାମ ସାରି ଏକ ସ୍କୁଟର(ଓଡି-୦୪କେ-୯୨୩୬)ରେ ଦୁହେଁ ଘରକୁ ଫେରୁଥିବା ବେଳେ ଶଙ୍ଖାରିଡିହ ଛକ ନିକଟରେ ପଛପଟୁ ଆସୁଥିବା ଟ୍ରକ୍(ଓଆର-୦୯ପି-୭୭୩୯) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ, ଘଟଣାସ୍ଥଳରେ ସଂଜୟଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କର ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା। ପରେ ଉକ୍ତ ଟ୍ରକ୍ ଜାରକା ଓଭର ବ୍ରିଜ୍‌ରେ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେବାରୁ ନଠୁଆବର ଗ୍ରାମର ସ୍ମତିରଂଜନ ବାରିକ, ସଂଧ୍ୟାରାଣୀ ବେଜ ଓ ସଙ୍ଗୀତସରିତା ବେଜ ଆହତ ହୋଇଛନ୍ତି।

ଧର୍ମଶାଳା ପୁଲିସ୍‌ର ସୂଚନାକ୍ରମେ ୨ଟି ଦୁର୍ଘଟଣା ଘଟାଇ ଫେରାର୍ ହୋଇ ଯାଉଥିବା ଟ୍ରକ୍‌କୁ କୁଆଖିଆ ଥାନା ପୁଲିସ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି। ଜଣେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ୨ଜଣ ଯୁବକଙ୍କ ଅକାଳ ମୃତ୍ୟୁ ଓ ୩ଜଣ ବାଇକ୍ ଆରୋହୀ ଆହତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ପୁଲିସ୍‌ ୨ ମୃତଦେହକୁ ଜବତ କରିବା ସହିତ ୩୨୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe