ଘରେ ପଶି ଚୋରି ଉଦ୍ୟମ, ଦୁଇ ଦୁର୍ବୃତ୍ତ ଜେଲ୍‌ ଗଲେ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ବଙ୍ଗୋମୁଣ୍ତା: ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗ୍ରାମର ରତ୍ନାକର ମେହେରଙ୍କ ଘରକୁ ପଶି ଚୋରି ଉଦ୍ୟମ କରୁଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଧରାପଡ଼ିବା ପରେ ଜେଲ୍‌ ଯାଇଛନ୍ତି। ସେଦୁହେଁ ହେଲେ ହିମାଂଶୁ ପୁଟେଲ (୨୩) ଓ ଗୌରାଙ୍ଗ ବରିହା (୨୫)। ଅନ୍ୟ ଅଭିଯୁକ୍ତ ସନ୍ତୋଷ ବନଛୋର ଫେରାର ହୋଇଯାଇଛି।

ପୁଲିସର ସୂଚନା ଅନୁସାରେ, କିଛି ଦିନ ତଳେ ରତ୍ନାକରଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। କିଛିଦିନ ବ୍ୟବଧାନ ପରେ ୩ ଜଣ ଦୁର୍ବୃତ୍ତ ଚୋରି ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଥିଲେ। ରତ୍ନାକରଙ୍କ ପରିବାର ଲୋକେ ହିମାଂଶୁ ଓ ଗୌରାଙ୍ଗଙ୍କୁ କାବୁ କରିଥିଲେ। ଗ୍ରାମବାସୀ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ଥାନା କେସ୍‌ ନଂ ୩୭୯ରେ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe