ସୁକମା ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ, ମାଲକାନଗିରିରେ ଜଣେ ମାଓବାଦୀଙ୍କ ଆତ୍ମସମର୍ପଣ

Advertisment
ମାଓ କ୍ୟାମ୍ପ୍‌ରେ ଚଢ଼ଉ, ବିପୁଳ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୁଲିସର ଏନ୍‌କାଉଣ୍ଟରରେ ଶନିବାର ୨ଜଣ ମାଓବାଦୀ ନିହତ ହୋଇଥିବା ବେଳେ ମାଲକାନଗିରିରେ ଜଣେ ମାଓବାଦୀ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁସାରେ କୋବ୍ରା ଓ ଛତିଶଗଡ଼ ପୁଲିସ ମାଓବାଦୀ ଦମନ ଅଭିଯାନ ବେଳେ ୨ ମାଓବାଦୀଙ୍କୁ ନିହତ କରିବା ସହିତ ବନ୍ଧୁକ, ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଚିନ୍ତଲନା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟର ପରେ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଭୂପତିରାଓ ପେଟାରେ ବାଲିଚାଲାଣକୁ ବରୋଧ କରି ମାଓବାଦୀମାନେ ଉତ୍ପାତ କରୁଛନ୍ତି। ମାଓବାଦୀମାନେ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ବ୍ୟାପକ ପୋଡ଼ାଜଳା କରିଛନ୍ତି। ସେମାନେ ୪ଟି ଟିପ୍ପର, ୩ଟି ଜେସିବି ଓ ଗୋଟିଏ ଟ୍ରାକ୍ଟର ପୋଡ଼ି ଦେଇଛନ୍ତି।

publive-image

ମାଲକାନଗିରି ଏସ୍‌ପି ଜଗମୋହନ ମିନାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ଦିଗାମ୍ବର ପୋଦ୍ଦାର। ଚିତ୍ରକୋଣ୍ଡା ଥାନା ଅଧୀନ ଆନ୍ଦ୍ରାପଲ୍ଲୀ ଗ୍ରାମପଞ୍ଚାୟତର ବାଜଗୁଡ଼ା ନିବାସୀ ମତ୍ସଜୀବୀ ଲକ୍ଷ୍ମୀକାନ୍ତ ପୋଦ୍ଦାର ଓ ଗୃହିଣୀ ଶାନ୍ତି ପୋଦ୍ଦାରଙ୍କ ପୁଅ ହେଉଛି ଦିଗାମ୍ବର ଯିଏକି ଚିତ୍ରକୋଣ୍ଡା ଓ ଅଞ୍ଚଳରେ ୫ଟି ଅପରାଧିକ ମାମଲା ସହିତ ଜଡ଼ିତ। ଦିଗମ୍ବର ୨୦୧୩ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। ଛଅ ମାସ କାମ କରିବା ପରେ ମାଓବାଦୀ ସଂଗଠନ ପକ୍ଷରୁ ତାକୁ ୩୦୩ ରାଇଫଲ ଦିଆଯାଇଥିଲା। ଦିଗାମ୍ବରଙ୍କ ନାଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe