ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସ୍ଥିତି ସମୀକ୍ଷା କଲେ ୨ ଜଣିଆ ବିଶେଜ୍ଞ ଡାକ୍ତର

ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସ୍ଥିତି ସମୀକ୍ଷା କଲେ ୨ ଜଣିଆ ବିଶେଜ୍ଞ ଡାକ୍ତର

ସମ୍ବଲପୁର: ହୀରାକୁଦରେ ଝାଡାବାନ୍ତି ବ୍ୟାପିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୨ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଜଣିଆ ଟିମ୍ ପ୍ରଥମେ ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଓ୍ବାର୍ଡ ଯାଇ ଭର୍ତ୍ତି ଥିବା ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି।

ଖବର ଲେଖାଯିବା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଟପିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏହି ଦୁଇଜଣିଆ ବିଶେଷଜ୍ଞ ଦଳରେ ରାଜ୍ୟ ଆରଆରଟି ସେଲ୍‌ର ସଦସ୍ଯ ଡାକ୍ତର ସୁରଜିତ ଓ ଆଇଡିପିଏସ୍‌ର ଏପିଡେମିଲୋଜିଷ୍ଟ ଡାକ୍ତର ସୁନିତା ଜେନା ରହିଛନ୍ତି। ସମସ୍ତ ଦିଗକୁ ଅନୁଧ୍ୟାନ କରି ଏହି ଟିମ୍ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe