Image Courtesy of India Today
ଭୁବନେଶ୍ବର: କମିସନରେଟ ପୁଲିସ କବ୍ଜାରେ ଏରାଗୋଲା ଗ୍ୟାଙ୍ଗ ପଡ଼ିଛି। ପୁଲିସ ଏହି ଗ୍ୟାଙ୍ଗର ଦୁଇ ଜଣ ଲୁଟେରାଙ୍କୁ ସ୍ପେଶାଲ ଟିମ୍ ବାନ୍ଧିବା ସହିତ ସେମାନଙ୍କ ନିକଟରୁ ୮ଟି ମୋବାଇଲ, ଦେଢ଼ ଲକ୍ଷ ଟଙ୍କା, ବାଇକ୍ (ଆପାଚି) ଜବତ କରିଛି। ଦୁଇ ଲୁଟେରା ହେଲେ ଏମ୍ ଚକ୍ରବର୍ତ୍ତୀ ଓ ଏମ୍ ନବୀନ। ଏମାନଙ୍କ ନାଁରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ୭ରୁ ଅଧିକ ମାମଲା ରହିଛି। ଲୁଟପାଟରେ ଏମାନେ ମୁଖ୍ୟତଃ ଚୋରା ବାଇକକୁ ବ୍ୟବହାର କରନ୍ତି।
ପୁଲିସ କହିବା ଅନୁସାରେ ଏରାଗୋଲା ଗ୍ୟାଙ୍ଗର ଗୋଟିଏ ହ୍ଵାଟ୍ସଆପ ଗ୍ରୁପ ରହିଛି। ସେଥିରେ ଲୁଟ ସାମଗ୍ରୀର ଡିମାଣ୍ଡ ଆନୁଯାଇ ବିଭିନ୍ନ ରାଜ୍ୟ ମାନଙ୍କୁ ସପ୍ଲାଏ ହୋଇଥାଏ। ପୁଲିସ ସେହି ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କ ପାଖରେ ଖୁବଶୀଘ୍ର ପହଂଚିବ। ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରେ ବି ଏମାନଙ୍କର ନେଟୱାର୍କ ରହିଛି। ଆବଶ୍ୟକ ପଡ଼ିଲେ ଏମାନଙ୍କୁ ରିମାଣ୍ଡରେ ଆଣି ପୁଲିସ ଖୋଳତାଡ଼ କରିବ।
Follow Us