ଗୁଣିଗାରେଡ଼ି ସନ୍ଦେହରେ ମରଣାତ୍ମକ ଆକ୍ରମଣ, ୨ଗୁରତର

Advertisment
ଗୁଣିଗାରେଡ଼ି ସନ୍ଦେହରେ ମରଣାତ୍ମକ ଆକ୍ରମଣ, ୨ଗୁରତର

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଗୁଣି ଗାରେଡି ସନ୍ଦେହରେ ପ୍ରତିପକ୍ଷର ଠେଙ୍ଗା, ଲୁହା ରଡ଼ ଏବଂ ମାରଣାସ୍ତ୍ର ଆକ୍ରମଣରେ ପିଉସା-ପୁତୁରା ଗୁରତର ହୋଇଛନ୍ତି। ଆହତ ବ୍ୟକ୍ତି ମାନେ ହେଲେ ଅଭୟମୁଖି ସାନ ଭୋଇସାହି ଗ୍ରାମର ନରେନ୍ଦ୍ର ବେହେରା (୭୦) ଏବଂ ରବି ଭୋଇ (୫୦) ଗୁରତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରି ଦିଆଯାଇଛି।

ସୂଚନା ଅନୁସାରେ, ଅଭୟମୁଖୀ ସାନ ଭୋଇସାହି ଗ୍ରାମର କାହ୍ନୁଆ ଭୋଇ ଏବଂ ନରେନ୍ଦ୍ରଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଲାଗିରହିଥିଲା। ଏନେଇ ଏକାଧିକ ବାର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ନରେନ୍ଦ୍ର ଗାଁ ଦୋକାନକୁ ଜିନିଷ କିଣିବା ପାଇଁ ଯାଇଥିଲେ। ସେହି ସମୟରେ କାହ୍ନୁଆଙ୍କ ପୁଅ ବିଭୁତି କଣ ପାଇଁ ତାଙ୍କ ପରିବାକୁ ଗୁଣିଗାରେଡି କରୁଛୁ ବୋଲି ନରେନ୍ଦ୍ରଙ୍କୁ କହି ଗାଳିଗୁଲଜ କରିଥିଲେ ଏବଂ ସେଠାରେ ମାଡ଼ ମାରିଥିଲେ। ରାତି ପ୍ରାୟ ୭ଟା ସମୟରେ ନରେନ୍ଦ୍ରଙ୍କ ବୋହୁ କାବେରୀ ଶଶୁରଙ୍କୁ ଗାଳିଗୁଲଜ ଓ ଆକ୍ରମଣ ସମ୍ପର୍କରେ କାହ୍ନୁଆଙ୍କୁ ପଚାରିଥିଲେ। ଏହି ସମୟରେ କାହ୍ନୁଆ ଏବଂ ତାଙ୍କ ପୁଅ ବିଭୁତି ଠେଙ୍ଗା, ଲୁହା ରଡ଼ ଏବଂ ମାରଣାସ୍ତ୍ରରେ ପ୍ରଥମେ କାବେରୀଙ୍କୁ ମାଡ଼ ମାରିଥିଲେ। ସେହି ସମୟରେ ନରେନ୍ଦ୍ର ଏବଂ ରବି ପ୍ରତିରୋଧ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ଉଭୟଙ୍କ ମୁଣ୍ଡ ଫାଟିବା ଯିବା ସହିତ ହାତ ଭାଙ୍ଗି ଯାଇଛି ଏବଂ ଶରୀରର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କ ହାତରେ ଅସ୍ତ୍ରୋପଚାର ହେବ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି।

ଅପରପକ୍ଷରେ କାହ୍ନୁଙ୍କ ପରିବାର ପ୍ରତିଆକ୍ରମଣରେ ଆହତ ହୋଇ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ଫାଣ୍ଡି ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି। ମେଡିକାଲରୁ ଆସିବା ପରେ ଥାନାରେ ଅଭିଯୋଗ ହେବ ବୋଲି ନରେନ୍ଦ୍ରଙ୍କ ପୁଅ ନିରଞ୍ଜନ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe