Representative image
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ମଠ ପୋଖରୀରେ ବୁଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗୋତମରା ଗ୍ରାମ ପଞ୍ଚାୟତରେ ମଠ ପୋଖରୀ ଗାଧୋଇବାକୁ ଯାଇଥିବା ନାବାଳକ ହେଲେ ବିଦ୍ୟାଧର ବେହେରାଙ୍କ ପୁଅ ବିଶ୍ଵଜିତ ବେହେରା (୧୦) ଓ ମଣିଆ ସାମଲଙ୍କ ପୁଅ ସ୍ଵାଧିଷ ସାମଲ (୧୧)। ଦୁଇ ନାବାଳକ ଆଜି ପ୍ରାୟ ସକାଳ ୧୦ ଘଣ୍ଟିକା ସମୟରେ ମଠ ପୋଖରୀରେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। ଅଧିକ ସମୟ ବିଳମ୍ବ ହେବାରୁ ପରିବାର ବର୍ଗ ଖୋଜିବାକୁ ଯାଇଥିଲେ। ପୋଖରୀରୁ ଦୁଇ ନାବାଳକଙ୍କୁ ଗ୍ରାମବାସୀଙ୍କ ଦ୍ଵାରା ଖୋଜି ବାହାର କରିଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସ୍ଥା ନିମନ୍ତେ ନେଇଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Follow Us