ଗାଧୋଇବା ବେଳେ ଅଘଟଣ: ପୋଖରୀ ପାଣିରେ ବୁଡି ଦୁଇ ଶିଶୁପୁତ୍ର ମୃତ

ଗାଧୋଇବା ବେଳେ ଅଘଟଣ: ପୋଖରୀ ପାଣିରେ ବୁଡି ଦୁଇ ଶିଶୁପୁତ୍ର ମୃତ

ନୂଆପଡ଼ା: ଜିଲ୍ଲାର ଜୋଙ୍କ ଥାନା ବୋଇରଭାଡି ପାଞ୍ଚୟତ ସରେଇପାଲି ଗାଁରେ ପୋଖରୀ ପାଣିରେ ବୁଡି ଯାଇ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଶିଶୁ ହେମରାଜ ବରିହା (୪) ଓ ଶଙ୍କର ବରିହା(୪)। ଅପରାହ୍ନରେ ଦୁଇ ଶିଶୁଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଆଜି ସକାଳେ ଜୋଙ୍କ ଥାନା ବୋଇରଭାଡି ପାୟତ ସରେଇପାଲି ଗାଁର ଜନାଉ ବରିହାଙ୍କ ପୁଅ ହେମରାଜ ଓ ବେଦରାମ ବରିହାଙ୍କ ପୁଅ ଶଙ୍କର ଘରେ ଗାଧୋଇଥିଲେ। ପୂର୍ବାହ୍ନରେ ଦୁଇ ଶିଶୁ ସାଙ୍ଗ ହୋଇ ଗାଁ ଦାଣ୍ତରେ ଖେଳିଥିଲେ। ଦୁଇ ଶିଶୁ ମାଟି ଓ କାଦୁଅରେ ଖେଳିବା ସହ ଝାଳ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ଦଲିର୍ଭଟା ପୋଖରୀକୁ ଗାଁର ପୁଣି ଥରେ ଗାଧୋଇବାକୁ ଯାଇଥିଲେ। ସେଠି ସାଥୀ ହୋଇ ପୋଖରୀ ପାଣିକୁ ଗାଧୋଇବାକୁ ପଶିଥିଲେ। ହେଲେ ପାଣିରୁ ଦୁଇ ଶିଶୁ ଆଉ ବାହାରିନଥିଲେ। ପୋଖରୀ ପାଣିରେ ଦୁଇ ଶିଶୁ ବୁଡି ଯାଇଥିଲେ। ସେଠି ଜଣେ ମହିଳା ଗାଧୋଉଥିଲେ। ଦୁଇ ଛୁଆ ପାଣିରେ ବୁଡୁଥିବା ଦେଖି ଆଖପାଖ ଲୋକଙ୍କୁ ଡାକିଥିଲେ। ଏହି ଡାକ ଶୁଣି ଆଖପାଖ ଯୁବକମାନେ ପାଣିରେ ପଶି ଦୁଇ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

ଏହି ଖବର ପାଇ ପରିବାର ଲୋକେ ପୋଖରୀ ହିଡରେ ପହô ଦୁଇ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତିର୍ କରିଥିଲେ। ସେଠାରେ ଡାକ୍ତର ଦୁଇ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅପରାହ୍ନରେ ଜୋଙ୍କ ପୁଲିସ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚ ଦୁଇ ଶିଶୁପୁତ୍ରର ମୃତଦେହକୁ ଜବତ କରିଥିଲା। ସନ୍ଧ୍ୟାରେ ଜୋଙ୍କ ପୁଲିସ ଦୁଇ ଶିଶୁ ପୁତ୍ରର ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଜୋଙ୍କ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଏସଆଇ ବବିତା ମହାଭୋଇ ସୂଚନା ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଭଉଣୀ କଥା ନମାନି ଚାଲିଆସିଲେ ଭାଇ, ଘରକୁ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe