ଅଜା ଘରକୁ ବୁଲି ଆସିଥିଲା ନାତି: ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ପୋଖରୀରେ ବୁଡ଼ି ୩ବର୍ଷ ବୟସର ଶିଶୁକନ୍ୟା ମୃତ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯାଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ସୋରଡ଼ା ଗ୍ରାମର ବାବୁ ନାୟକଙ୍କ ପୁଅ ରାକେଶ ନାୟକ (୫) ଏବଂ ଓଡ଼ଗାଁ ବ୍ଲକ ଆରଡ଼ା ଗ୍ରାମର ମହେଶ ନାୟକଙ୍କ ପୁଅ ରିତେଶ ନାୟକ (୬)।

ମିଳିଥିବା ସୂଚନା ଅନୁଯାୟୀ, ରାକେଶ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢୁଥିବା ବେଳେ ସେ ଆଜି କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇନଥିଲେ। ସେହିପରି ମହେଶ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ଗତକାଲି ସୋରଡା ସ୍ଥିତ ଅଜାଙ୍କ ଘରକୁ ବୁଲିବାକୁ ଆସିଥିଲା। ଆଜି ଦିନ ୧୦ଟା୩୦ରେ ସୋରଡ଼ା ଶିବ ମନ୍ଦିର ନିକଟରେ ଥିବା ପୋଖରୀକୁ ଦୁଇ ଜଣ ଶିଶୁ ଗାଧୋଇବାକୁ ଯାଇଥିଲେ। ସେମାନେ ଘରକୁ ଆସିବାରେ ବିଳମ୍ବ ହେବା ହେତୁ ପରିବାର ଲୋକ ବହୁ ଖୋଜାଖୋାଜି କରିଥିଲେ ସୁଦ୍ଧା ପାଇନଥିଲେ। ପରେ ପୋଖରୀରେ ଗାଧୋଇବାକୁ ଯାଇଥିବା ଗ୍ରାମର ଜନ୍ୟେକ ବ୍ୟକ୍ତି ୧୧.୩୦ ଘଟିକା ସମୟରେ ଦୁଇ ଶିଶୁ ପାଣିରେ ଭାସୁ ଥିବାର ଦେଖିବାକୁ ପାଇଥିଲେ। ପରେ ଗ୍ରାମବାସୀମାନେ ଦୁଇ ଜଣ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରିବା ସହ ସୋରଡ଼ା ଗ୍ରାମକୁ ନେଇ ଆସିଥିଲେ। ପରେ ଏକ ଅଟୋରେ ଦଶପଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ମୃତ ଖବର ଶୁଣିବା ପରେ ଦୁଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe