ଡଙ୍ଗା ବୁଡ଼ି ଦୁଇ ନାବାଳିକା ନିଖୋଜ

Advertisment
ନଦୀରେ ବୁଡ଼ି ୩ ମୃତ

Dna India

ଯାଜପୁରଟାଉନ  : ଖରସ୍ରୋତା ନଦୀର ତନ୍ତିଘାଇ ନାଳ ପାର ହେଉଥିବା ବେଳେ ଡଙ୍ଗା ବୁଡ଼ି ଦୁଇଜଣ ନାବାଳିବା ନିଖୋଜ ହୋଇଯାଇଛନ୍ତି। ନିଖୋଜମାନେ ହେଲେ, ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଭଅଁରା ପଞ୍ଚାୟତ ସଂଗୁଅଗଦେଇ ଗ୍ରାମର ଇନ୍ଦ୍ରମଣି ପାତ୍ରଙ୍କ ଦୁଇଝିଅ ସଂଘମିତ୍ରା (୯) ଓ ସାଗରିକା (୧୩)।

ପ୍ରକାଶ ଯେ, ସଂଗୁଅଗଦେଇ ଗ୍ରାମର ସଂଘମିତ୍ରା, ସାଗରିକା ଓ ସେହି ଗ୍ରାମର ଭିକାରି ପରମାଣିକଙ୍କ ଦୁଇଝିଅ ଭୂମିକା(୧୪), ବିଭୀଷିକା (୧୦) ଓ ପୁଅ ସୁଦର୍ଶନ(୪)ଙ୍କ ସମେତ ନାଉରିଆ ମିଶି ୬ ଜଣ ନଦୀ ପାର୍‌ ହେଉଥିଲେ। ନାଉରିଆ ବାଦ୍‌ ସମସ୍ତେ ବନ୍ଧୁଘରକୁ ଭୋଜି ଖାଇବାକୁ ଯାଉଥିଲେ। ତନ୍ତିଘାଇ ନାଳର ମହାନ୍ତିସାହି ଛନ୍ଦାରେ ହୁଲି ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ନିକଟରେ ଥିବା ଲୋକମାନେ ଭୂମିକା, ବିଭୀଷିକା ଓ ସୁଦର୍ଶନଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ହେଲେ, ଇନ୍ଦ୍ରମଣିଙ୍କ ଦୁଇଝିଅ ସଂଘମିତ୍ରା ଓ ସାଗରିକା ନିଖୋଜ ହୋଇଯାଇଥିଲେ। ଖବର ଲେଖାହେବା ସୁଦ୍ଧା ନି‌ଖୋଜ ଦୁଇଭଉଣୀଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଅନ୍ୟପକ୍ଷରେ, ଉଦ୍ଧାର ଅନ୍ୟ ତିନିଜଣ ନାବାଳକ, ନାବାଳିକାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe