ଶିକ୍ଷାନୁଷ୍ଠାନରେ ଶିଶୁଙ୍କୁ ଯୌନ ନିର୍ଯାତନା ପରେ ମାଦ୍ରାସାରୁ ଲୁଚି ଖସି ଆସିଲେ ୨ ନାବାଳକ

Advertisment

ଉଦ୍ଧାର କଲା ଚାଇଲଡ ଲାଇନ

ଉଦ୍ଧାର କଲା ଚାଇଲଡ ଲାଇନ

ଶିକ୍ଷାନୁଷ୍ଠାନରେ ଶିଶୁଙ୍କୁ ଯୌନ ନିର୍ଯାତନା ପରେ ମାଦ୍ରାସାରୁ ଲୁଚି ଖସି ଆସିଲେ ୨ ନାବାଳକ

ବାଲିପାଟଣା : କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ଏକ ମଦ୍ରାସାରେ ଶିଶୁଙ୍କୁ ସମଲିଙ୍ଗି ଯୌନ ନିର୍ଯାତନା ପାଇଁ ବାଧ୍ୟ୍ୟ କରିବା ଏବଂ ମାଡ଼ ମାରିବାର ଅଭିଯୋଗ ହୋଇଛି। ଯନ୍ତ୍ରଣା ଅସହ୍ୟ ହେବାରୁ ସୋମବାର ରାତିରେ ଶିକ୍ଷାନୁଷ୍ଠାନ ଛାଡି ୨ ଶିଶୁ ବାହାରକୁ ଚାଲି ଆସିଥିଲେ। ଏକ ଦୋକାନ ପାଖରେ ବସି କାନ୍ଦୁଥିବା ବେଳେ ୨ ଜଣ ସହୃଦୟ ବ୍ୟକ୍ତିଙ୍କ ନଜରରେ ପଡିଥିଲା। ସେମାନେ ଭୁବନେଶ୍ୱର ଚାଇଲଡ ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଶ୍ରୀ ସେନାପତିଙ୍କ ନିର୍ଦେଶ କ୍ରମେ ଚାଇଲଡ ଲାଇନ ସଦସ୍ୟା ହରପ୍ରିୟା ପତି, ଟିମ ମେମ୍ବର ଅଜୟ କୁମାର ମହାରଣା ଆଜି ବାଲିପାଟଣା ଥାନାରେ ପହଁଞ୍ଚି ପୁଲିସକୁ ଶିଶୁଙ୍କୁ ଉଦ୍ଧାର କରିବାକୁ କହିଥିଲେ। ଥାନା ଏସଆଇ ରାକେଶ କୁମାର ସାମଲ ଏବଂ ପିସିଆର ଟିମ ମେମ୍ବର ବାଲିପାଟଣା ଥାନା ଅପୂଜା ଅଞ୍ଚଳରୁ ଶିଶୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଥାନାରେ ଲେଖାପଢ଼ର ପରେ ଶିଶୁ ଦୁଇ ଜଣଙ୍କୁ ଚାଇଲଡ ଲାଇନ ସଦସ୍ୟ ସାଙ୍ଗରେ ନେଇ ଯାଇଛନ୍ତି। ଚାଇଲଡ ଲାଇନ ପକ୍ଷରୁ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହେବ ବୋଲି ଶୁଣିବାକୁ ମିଳିଛି।

ସୂଚନା ଅନୁସାରେ ଝାରଖଣ୍ଡ ର ରିଜ୍ୱାନ ନାମକ ବ୍ୟକ୍ତି ନିଆଳି ର ଏକ ମାଦ୍ରାସାରେ ରହି ଶିକ୍ଷାଦାନ କରନ୍ତି। ସେ ଦେଢ଼ ବର୍ଷ ତଳେ ବିହାର ରାଜ୍ୟର ଭାଗଲପୁର ଜିଲ୍ଲା ବିହାରୀକାନ୍ତ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳକ ଏବଂ ଝାରଖଣ୍ଡ ରାଜ୍ୟ ଗୋଡା ଜିଲ୍ଲା ମାଗାମା ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳକଙ୍କୁ ସେମାନଙ୍କ ପିତା ମାତାଙ୍କୁ କହି ମାଦ୍ରାସାରେ ଶିକ୍ଷାଦାନ ଲାଗି ଆଣିଥିଲେ। ଏହି ଅନୁଷ୍ଠାନ ପ୍ରାୟ ୭୦ ଜଣ ରହୁଛନ୍ତି। ପିଲା ୨ ଜଣଙ୍କୁ ଶିକ୍ଷକ ରିଜୱାନ ମାରଧର କରୁଥିଲେ। ସେମାନଙ୍କୁ ଅସଭ୍ୟ ଭାଷା କହୁଥିଲେ। ସେମାନଙ୍କ ଅନିଚ୍ଛା ସତ୍ୱେ ସମଲିଙ୍ଗି ଯୌନ ନିର୍ଯାତନା ସ୍ଥାପନ ପାଇଁ ଉଦ୍ୟମ କରୁଥିବା ଶିଶୁ ଅଭିଯୋଗ କରିଛନ୍ତି। ଯନ୍ତ୍ରଣା ଅତିଷ୍ଠ ହେବା ପରେ ଗତକାଲି ସନ୍ଧ୍ୟାରେ ପିଲା ୨ ଜଣ ମାଦ୍ରାସା ରୁ ଲୁଚି ବାହାର କୁ ଚାଲି ଯାଇଥିଲେ। ରାତିରେ ଅପୂଜା ଅଞ୍ଚଳରେ ବୁଲୁଥିବା ବେଳେ ସତ୍ୟଜିତ ପାତ୍ର ଏବଂ ପ୍ରଦୀପ ପାତ୍ର ସେମାନଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲେ ଏବଂ ଚାଇଲଡ ଲାଇନକୁ ଖବର ଦେଇଥିଲେ। ଆଜି ପୂର୍ବାହ୍ନରେ ବାଲିପାଟଣା ପୁଲିସ ପିଲା ୨ ଙ୍କୁ ଉଦ୍ଧାର କରି ଚାଇଲଡ ଲାଇନ ସଦସ୍ୟଙ୍କୁ ହସ୍ତାନ୍ତର କରିଛି। ତଦନ୍ତ ପରେ ସିଡବ୍ଲ୍ୟୁସି ରେ ହାଜର କରା ଯିବ ବୋଲି ଚାଇଲଡ ଲାଇନ କର୍ତ୍ତୃପକ୍ଷ କହିଛନ୍ତି। ତେବେ ମାଦ୍ରାସାରେ ଏଭଳି ନିର୍ଯାତନା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଉ ଦେଇଛି। ନିରୀହ ଶିଶୁମାନଙ୍କୁ ଅତ୍ୟାଚାର ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe