ଡେଲାଙ୍ଗ : ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ

ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

ପୁରୀ/ଡେଲାଙ୍ଗ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଗଣ୍ଡପଡ଼ା ଗ୍ରାମରେ ବୁଡ଼ିଯାଇ ଆଜି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଲକୁ ଯାଇଥିବା ଦୁଇ ଛାତ୍ରୀଙ୍କ ବାପାମା ଘରକୁ ଫେରିବା ପରେ କାନ୍ଦରେ ଫାଟିପଡ଼ୁଥିଲା ଗାଁ’ ଦାଣ୍ଡ। ଖବର ପାଇ ଡେଲାଙ୍ଗ ଥାନା ପୁଲିସ ଦୁଇ ଛାତ୍ରୀଙ୍କ ଶବକୁ ଜବତ କରି ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ସବୁଦିନ ପରି ଆଜି ପୂର୍ବାହ୍ଣରେ ନିତ୍ୟକର୍ମ ଶେଷ କରି ପିଲାମାନଙ୍କୁ ଘରେ ଛାଡ଼ି ଗଣ୍ଡପଡ଼ାର ବିରଞ୍ଚି ବେହେରା ଓ ବିଜୟ କୁମାର ବେହେରା ନିଜ ନିଜ ପତ୍ନୀଙ୍କୁ ନେଇ ବିଲକୁ କାମ କରିବାକୁ ଯାଇଥିଲେ। ବିରଞ୍ଚି ତାଙ୍କ ଦଶ ବର୍ଷର ଝିଅ ଲିଜା(୧୦)କୁ ସାନଭାଇ ଓ ବିଜୟ ତାଙ୍କ ବଡ଼ ଝିଅ ଓ ପୁଅଙ୍କୁ ସାନଭଉଣୀ ଦିପ୍ତିମୟୀ(୮)ର ଯତ୍ନ ନେବାକୁ କହି ବିଲକୁ ଚାଲିଯାଇଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ୮ଟା ସମୟରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଲିଜା ତା’ର ସାଙ୍ଗ କଣ୍ଢେଇ, ଦୀପ୍ତିମୟୀ ଓ ଲକ୍ଷ୍ମୀ ସହ ମିଶି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ଲିଜା ଓ ଦୀପ୍ତିମୟୀଙ୍କର ଗୋଡ଼ ଖସିଯିବାରୁ ସେମାନେ ପାଣିରେ ବୁଡ଼ିଯାଇଥିଲେ। କ‌ଣ୍ଢେଇ ଓ ଲକ୍ଷ୍ମୀ ଦୁହେଁ ଆସି ଗାଁରେ ଲିଜା ଓ ଦୀପ୍ତିମୟୀ ବୁଡ଼ିଯାଇଥିବା କହିଥିଲେ। ବହୁତ ଖୋଜାଖୋଜି କରିବା ପରେ ଲିଜା ଓ ଦୀପ୍ତିମୟୀଙ୍କ ଶବ ମିଳିଥିଲା।

ଗାଁ ଲୋକମାନେ ଖୋଜାଖୋଜି କରିବା ପରେ ପୋଖରୀରୁ ଦୁଇ ଶିଶୁ କନ୍ୟାଙ୍କ ଶବକୁ ଠାବ କରିଥିଲେ। ଏହି ଖବର ପ୍ରଚାର ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଦୁଇ ଜଣଙ୍କ ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ଶବକୁ ପରିବାର ଜିମାରେ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe