ଦୁଇ ନାବାଳକଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାସ: ହତ୍ୟାକାରୀ ବାପା, ଜେଜେମା’ ଗିରଫ

Advertisment

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗାଁରେ ଦୁଇ ନାବାଳକଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଯାହା ସନ୍ଦେହ କରାଯାଉଥିଲା, ଶେଷରେ ପୁଲିସ ତଦନ୍ତରୁ ସେଇଆ ହିଁ ପ୍ରମାଣିତ ହୋଇଛି।

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗାଁରେ ଦୁଇ ନାବାଳକଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଯାହା ସନ୍ଦେହ କରାଯାଉଥିଲା, ଶେଷରେ ପୁଲିସ ତଦନ୍ତରୁ ସେଇଆ ହିଁ ପ୍ରମାଣିତ ହୋଇଛି।

gdag

ନୟାଗଡ଼/ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗାଁରେ ଦୁଇ ନାବାଳକଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଯାହା ସନ୍ଦେହ କରାଯାଉଥିଲା, ଶେଷରେ ପୁଲିସ ତଦନ୍ତରୁ ସେଇଆ ହିଁ ପ୍ରମାଣିତ ହୋଇଛି। ଦ୍ବିତୀୟ ବିବାହକୁ ଦୁଇ ପୁଅ ବିରୋଧ କରିବାରୁ ପିଶାଚ ବାପା ଓ ଜେଜେମା’ ଉଭୟଙ୍କୁ ତଣ୍ଟିଚିପି ନୃଶଂସ ଭାବେ ହତ୍ୟା କରିଛନ୍ତି। ହତ୍ୟାକାରୀ ବାପା ପ୍ରକାଶ ମହାନ୍ତି (୪୦) ଓ ଜେଜେମା’ ସୌରୀ ମହାନ୍ତି (୬୮)ଙ୍କୁ ଗିରଫ କରାଯାଇଛି। ଏହା ସହ ଏହି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ନୟାଗଡ଼ ଏସ୍‌ପି ଏସ୍.ସୁଶ୍ରୀ କହିଛନ୍ତି। ଅନ୍ୟପକ୍ଷରେ ହତ୍ୟା ଘଟଣାରେ ଅନ୍ୟ ୪ ଜଣଙ୍କର ସଂପୃକ୍ତି ଥିବା ଅଭିଯୋଗ କରି ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ମୃତ ନାବାଳକଙ୍କ ମାମୁ ଲକ୍ଷ୍ମଣ ନାୟକ ଓ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe