ମାହାଙ୍ଗା ଡବଲ ମର୍ଡର : ଆଉ ୨ ଗିରଫ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

କଟକ/ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପଞ୍ଚାନନ ସେଠୀର ଭାଇ ଚୈତନ୍ୟ ସେଠୀକୁ ଚୌଦ୍ବାରରୁ ଓ ଅନ୍ୟତମ ଅଭିଯୁକ୍ତ ଉମେଶ ଖଟୁଆକୁ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରୁ ବସ୍‌ଷ୍ଟାଣ୍ଡରୁ ପୁଲିସ ଗିରଫ କରିଛି। ଏଥିସହିତ, ମୋଟ୍‌ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି।

ଉମେଶ ହେଉଛି ଗତକାଲି ଗିରଫ ହୋଇଥିବା କୈଳାସ ଖଟୁଆର ସାନଭାଇ। କିନ୍ତୁ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳଙ୍କ ଏତଲାରେ ୧୪ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା। ସେହିଭଳି, ୨୦୧୮ ବିକାଶ ଯେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳ ଓ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଭିକାରୀ ସ୍ବାଇଁଙ୍କ ନାମ ବି ଏତଲାରେ ରହିଛି। ଏ ଘଟଣାରେ ପ୍ରଫୁଲ୍ଲ ବିଶ୍ବାଳ ମୁଖ୍ୟ ଅଭିଯୁକ୍ତ ବୋଲି ରମାକାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି। କିନ୍ତୁ ପୁଲିସ ଏଯାଏ ପ୍ରଫୁଲ୍ଲ ଆଉ ଭିକାରୀଙ୍କୁ ଧରିପାରିନାହିଁ। ଭିକାରୀ ସ୍ବାଇଁଙ୍କ ପରିବାରର ୨ଜଣଙ୍କୁ ଥାନାକୁ ଡାକି ପୁଲିସ ଖୋଜଖବର ନେଉଥିବ‌ା ଜଣାପଡ଼ିଛି।

ଗତ ଜାନୁଆରି ୨ ତାରିଖ ଦିନ ସଂଧ୍ୟାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଗୋଟିଏ ପଟେ କୁଳମଣି ଓ ଅନ୍ୟପଟେ ଦିବ୍ୟସିଂହ ବରାଳ ବି ହସ୍ପିଟାଲରେ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଇଥିଲେ। କିନ୍ତୁ ପୁଲିସ ଦିବ୍ୟସିଂହଙ୍କ ବୟାନକୁ ରେକର୍ଡଭୁକ୍ତ କରି ନ ଥିବା ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe