ଜାଲ୍‌ ନୋଟ୍ ଜବତ ଘଟଣାରେ ଆଉ ୨ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଢେଙ୍କାନାଳ : ଜାଲ୍ ନୋଟ୍ ଜବତ କରିବା ଘଟଣାରେ ସଦର ଥାନା ପୁଲିସ୍‌କୁ ବଡ଼ ସଫଳତା ମିଳିଛି । ଜାଲ୍ ନୋଟ୍ ଛପାଯାଉଥିବା ସ୍ଥାନକୁ ସଦର ଥାନା ପୁଲିସ୍‌ ଠାବ କରିବା ସହ ସେଠାରେ ଚଢ଼ାଉ କରି ଘଟଣାରେ ସଂପୃକ୍ତ ଆଉ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଲାପ୍‌ଟପ୍‌ ଓ ପ୍ରିଣ୍ଟର ଜବତ କରିଛି।

ଗତ ୧୬ ତାରିଖରେ ପୁରୁଣା କଟକ - ସମ୍ବଲପୁର ରାସ୍ତାର ସଦର ଥାନା ଭାପୁର ଫାଣ୍ତି ରଥପଦାଠାରେ ଚଢ଼ାଉକରି ଏସ୍‌ଟିଏଫ୍‌ ଟିମ୍‌ ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଥିଲେ। ଜାଲ୍‌ନୋଟ୍‌ ନେଇ ଆସିଥିବା ଦେବଗଡ ଜିଲ୍ଲାର ତୁଷାର ବିଶ୍ବାଳ (୨୭)ଙ୍କୁ କାବୁକରି ନେଇଥିଲେ। ତୁଷାରଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବରପାଲି ସାହିର ବିଶ୍ବଜିତ୍ ଆଚାର୍ଯ୍ୟ ଓରଫ କାଳିଆ (୨୩) ଏବଂ ଗୁରୁସାହି ଗ୍ରାମର ତ୍ରିନାଥ ଦାସ ଓରଫ ବାବୁ(୨୫)ଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe