ତାଳଚେରରେ ଆଉ ୨ କୋଇଲା ବିଶୋଧନ ପ୍ରକଳ୍ପ, ଖର୍ଚ୍ଚ ହେବ ୮ଶହ କୋଟିରୁ ଅଧିକ

ଅନୁଗୁଳ ସଂପର୍କରେ ଆଇ-ଫରେଷ୍ଟ ସଂସ୍ଥାର ରିପୋର୍ଟ: ୭୦ ସୁଦ୍ଧା ସବୁ କୋଇଲା ଖଣି ବନ୍ଦ

Construction Week Online India

ଅନୁଗୁଳ : ତାଳଚେରରେ ଆଉ ଦୁଇଟି ନୂତନ କୋଇଲା ବିଶୋଧନ ପ୍ରକଳ୍ପ ନିର୍ମିତ ହେବ। କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦେଶରେ ୧୨ଟି କୋଇଲା ବିଶୋଧନ ପ୍ରକଳ୍ପ (କୋଲ୍ ୱାସେରି) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବାବେଳେ ସେଥିରୁ ଓଡ଼ିଶା ଭାଗରେ ୩ଟି ପଡ଼ିଛି। ଏଥିରୁ କେବଳ ତାଳଚେରରେ ଦୁଇଟି ହେବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ପ୍ରକଳ୍ପର କ୍ଷମତା ବାର୍ଷିକ ୧୦ ନିୟୁତ ଟନ୍ ରହିବ। ତାଳଚେରର ହିଙ୍ଗୁଳା ଓ ଜଗନ୍ନାଥ କ୍ଷେତ୍ରରେ ଏହି ଦୁଇ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ହୋଇଥିଲାବେଳେ ଅନ୍ୟଟି ପଶ୍ଚିମ ଓଡ଼ିଶାର ଇବ୍‌ ଉପତ୍ୟକା ଅଂଚଳରେ ସ୍ଥାପିତ ହେବ। ପ୍ରତି ପ୍ରକଳ୍ପରେ ପାଖାପାଖି ୪୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ ବୋଲି ସୂଚନା ମିଳିଛି।

ତାଳଚେର କୋଇଲା ଖଣି ଅଞ୍ଚଳରୁ ବିପୁଳ ପରିମାଣର କୋଇଲା ବିଭିନ୍ନ ଶିଳ୍ପସଂସ୍ଥା ଓ ପାୱାର ପ୍ଲାଣ୍ଟକୁ ଯାଉଛି। ଏହାବ୍ୟତୀତ ରାଜ୍ୟ ବାହାରକୁ ମଧ୍ୟ କୋଇଲା ରପ୍ତାନି ହେଉଛି। ତେବେ ଉନ୍ନତମାନର କୋଇଲା ପାଇଁ ଏହାକୁ ବିଶୋଧନ କରିବାର ଆବଶ୍ୟକତା ରହିଛି। ମୂଳ କୋଇଲାକୁ ବିଶୋଧନ କରି ପାୱାର ପ୍ଲାଣ୍ଟରେ ବ୍ୟବହାର କଲେ ପ୍ରଦୂଷଣ କମ୍ ହୋଇଥାଏ। ତେଣୁ ଏହି ବିଶୋଧିତ କୋଇଲାର ଚାହିଦା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ତାଳଚେର ଅଞ୍ଚଳରେ ଆଉ ଦୁଇଟି କୋଲ୍‌ ୱାସେରି ନିର୍ମାଣ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ୨୦୨୧-୨୨ ବର୍ଷ ପାଇଁ କାର୍ଯ୍ୟଖସଡ଼ାରେ ଏହି କୋଇଲା ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଅଗ୍ରାଧିକାର ଭିତ୍ତିରେ ଯୋଜନା କରାଯାଇଛି। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ(ଏମ୍‌ସିଏଲ୍) ଜରିଆରେ ଏହି କୋଇଲା ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା ହେବ। ପ୍ରତି ପ୍ରକଳ୍ପରେ କ୍ଷମତା ବାର୍ଷିକ ୧୦ ନିୟୁତ ଟନ୍ କୋଇଲା ବିଶୋଧନ କରିବାକୁ ଯୋଜନା ହୋଇଛି। ତାଳଚେରର ହିଙ୍ଗୁଳା କ୍ଷେତ୍ର ଓ ଜଗନ୍ନାଥ କ୍ଷେତ୍ର ଅଞ୍ଚଳରେ ଏହି ବିଶୋଧନ ପ୍ରକଳ୍ପ ସ୍ଥାପନ ହେବ ବୋଲି ସ୍ଥିର ହୋଇଛି। ପ୍ରତ୍ୟେକ ପ୍ରକଳ୍ପରେ ୪ ଶହ କୋଟିରୁ ଅଧିକ ଟଙ୍କା ନିବେଶ କରାଯିବ। ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ତାଳଚେର କୋଇଲାର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏବେ ତାଳଚେରରେ ୩ଟି କୋଲ୍ ୱାସେରି ରହିଥିଲାବେଳେ ଆଉ ଦୁଇଟି ୱାସେରି ସ୍ଥାପନ ପରେ ବିଶୋଧିତ କୋଇଲା ଯୋଗାଣ ବୃଦ୍ଧିପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe