ରାଜ୍ୟର ଆଉ ୨ ଜିଲ୍ଲା କୋଭିଡ ମୁକ୍ତ

ରାଜ୍ୟର ଆଉ ୨ ଜିଲ୍ଲା କୋଭିଡ ମୁକ୍ତ

forbes.com

ଭୁବନେଶ୍ବର : ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲା କୋଭିଡ ମୁକ୍ତ ହେବାରେ ଲାଗିଛି। ଏବେ ପୁରୀ ଓ କଳାହାଣ୍ଡିରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଏହାସହ ଆଉ ୧୩ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳେ ରହିଛି। ତେଣୁ ଖୁବଶୀଘ୍ର ଅନ୍ୟ ଜିଲ୍ଲାଗୁଡ଼ିକ କୋଭିଡ ମୁକ୍ତ ହେବ ବୋଲି ଆଶା କରାଯାଉଛି।

କରୋନାର ତୃତୀୟ ଲହରରେ ଏବେ ଦୈନିକ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୧୪ ଜିଲ୍ଲା‌ରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ତଳେ ରହିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୨୮୫କୁ ବୃଦ୍ଧି ପାଇଛି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ସ୍ଥିର ୯୧୧୬ରେ ସ୍ଥିର ରହିଛି। ଆଜି ରାଜ୍ୟରେ ୯୭ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟର ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୩୯କୁ ଖସି ଆସିଛି। ଅପରପକ୍ଷରେ ୧୨ଲକ୍ଷ ୭୭ହଜାର ୬୭୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe