ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବେଙ୍ଗାଲୁରୁ ପାଇଁ ଆରମ୍ଭ ହେବ ଉଡାଣ ସେବା

Advertisment
ଏଟିସିରେ ତିନି ସିଫ୍ଟ୍ ପାଇଁ ଉଷା ପାଢ଼ୀଙ୍କୁ ଚିଠି ଲେଖିଲେ ନବ

ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଆଉ ଦୁଇଟି ସହରକୁ ନୂତନ ଭାବେ ବିମାନ ସେବା ଆରମ୍ଭ ହେବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଝାରସୁଗୁଡା ବିମାନ ବନ୍ଦରରେ ଆରମ୍ଭ ହେଉଥିବା ଏହି ନୂଆ ଉଡାଣ ସେବା କୋଲକାତା ଓ ବେଙ୍ଗାଲୁରୁ ପାଇଁ ରହିଛି। ଅର୍ଥାତ ଏବେ ଯାତ୍ରୀ ଝାରସୁଗୁଡା ବିମାନ ବନ୍ଦରରୁ ବି କୋଲକାତା ଓ ବେଙ୍ଗାଲୁରୁକୁ  ବିମାନ ଯାତ୍ରା କରି ପାରିବେ। ବର୍ତ୍ତମାନ ସୁଦ୍ଧା ଝାରସୁଗୁଡାରୁ ୫ଟି ସ୍ଥାନକୁ ବିମାନ ସେବା ଜାରି ରହିଛି।

publive-image

ଲୋକସେବା ଭବନରେ ଆୟୋଜିତ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା ବିମାନ ବନ୍ଦର ବ୍ୟତୀତ ରାଉରକେଲା ଓ ଜୟପୁରର ଏୟାରଷ୍ଟ୍ରିପ୍‌ର ପ୍ରସାରଣକୁ ତ୍ୱରାନ୍ଵିତ କରିବା ପାଇଁ  ଆଲୋଚନା ବି ଜାରି ରହିଛି। କୋରାପୁଟ ଜିଲ୍ଲାର ଜୟପୁର ଏୟାରଷ୍ଟ୍ରିପ୍‌ ପ୍ରକଳ୍ପ ପାଇଁ ୫୫କୋଟି ଟଙ୍କାର ଟେଣ୍ଡର ଶେଷ ହୋଇଛି। ଭତ୍ତିଭୂମି କାମ ଶେଷ ହୋଇଗଲେ ଏହି ଏୟାରଷ୍ଟ୍ରିପ୍‌ରୁ ବି ବିମାନ ଚଳାଚଳ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe