Telegraph
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫନି’ର ପ୍ରକୋପରୁ ପୁରୀରେ ଥିବା ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ପାଇଁ ରେଳବାଇ ତରଫରୁ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି।
ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍ଟି ମଧ୍ୟାହ୍ନ ୧୨ଟାରେ ପୁରୀ ଷ୍ଟେସନ୍ରୁ କୋଲକାତା ଦେଇ ଶାଲିମାର ଯାଏଁ ଯିବ।
ଦ୍ୱିତୀୟ ସ୍ୱତନ୍ତ୍ର ଟ୍ରେନ୍ଟି ଅପରାହ୍ଣ ୩ଟାରେ ପୁରୀ ଷ୍ଟେସନ୍ରୁ ବାହାରି ପଶ୍ଚମବଙ୍ଗର ହାଓଡ଼ା ଅଭିମୁଖେ ଯାତ୍ରା କରିବ।
ତୃତୀୟ ସ୍ୱତନ୍ତ୍ର ଟ୍ରେନ୍ଟି ସନ୍ଧ୍ୟା ୬ଟା ବେଳେ ପୁରୀ ଷ୍ଟେସନ୍ରୁ ବାହାରି ହାଓଡ଼ା ଅଭିମୁଖେ ଯାତ୍ରା କରିବ।
ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର ଆଦି ଷ୍ଟେସନ୍ରେ ଏହି ସ୍ୱତନ୍ତ୍ର ଟ୍ରେନ୍ ରହି ରହି ଯିବ।
Follow Us