ନୂଆପଡ଼ା: ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ

ନୂଆପଡ଼ା: ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ

ନୂଆପଡା: ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୧୧ ଦିନ ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲୁହାଛଡ଼ ଏବଂ କୁରାଢ଼ୀରେ ଉକ୍ତ ଗ୍ରାମର ସରୋଜ ନିଆଲ ଓ ରାମ ନିଆଲ ବାଡେଇ ପିଟିପିଟି ହତ୍ୟା କରିଥିଲେ।

ଏହି ସମୟରେ ଅଭିମନ୍ୟୁଙ୍କ ସ୍ତ୍ରୀ ମାଳତୀ ବୈଠାରୁଙ୍କୁ ମଧ୍ୟ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ମାଳତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ର କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ।

ଉକ୍ତ ଘଟଣାରେ ସରୋଜ ନିଆଲ ଏବଂ ରାମ ନିଆଲଙ୍କୁ ଖଡ଼ିଆଳ ଥାନାରେ ଅଟକ ରଖି ଜେରା କରିଥିଲେ। ସେମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା, ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe