ଉତ୍ତମ ଆଚରଣ ପାଇଁ ମୁକୁଳିଲେ ୨ ହତ୍ୟାକାରୀ

ଉତ୍ତମ ଆଚରଣ ପାଇଁ ରାଉରକେଲା ସ୍ବତନ୍ତ୍ର କାରାଗାରରୁ ମୁକୁଳିଛନ୍ତି ଦୁଇ ଆସାମୀ। ପୃଥକ୍‌ ମାମଲାରେ ଉଭୟେ ୧୪ ବର୍ଷ ଜେଲ୍‌ଦଣ୍ଡ ଭୋଗିବାପରେ ମଙ୍ଗଳବାର ପୂର୍ବାହ୍ନରେ ଜେଲ୍‌ର ଚାରିକାନ୍ଥ ଭିତରୁ ବାହାରିଛନ୍ତି।

rkl
ରାଉରକେଲା: ଉତ୍ତମ ଆଚରଣ ପାଇଁ ରାଉରକେଲା ସ୍ବତନ୍ତ୍ର କାରାଗାରରୁ ମୁକୁଳିଛନ୍ତି ଦୁଇ ଆସାମୀ। ପୃଥକ୍‌ ମାମଲାରେ ଉଭୟେ ୧୪ ବର୍ଷ ଜେଲ୍‌ଦଣ୍ଡ ଭୋଗିବାପରେ ମଙ୍ଗଳବାର ପୂର୍ବାହ୍ନରେ ଜେଲ୍‌ର ଚାରିକାନ୍ଥ ଭିତରୁ ବାହାରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ କୁଡ଼ାହୁଡାଙ୍ଗ ଗାଁର ରାଜେନ୍ଦ୍ର ଭୂୟାଁ(୬୧) ଓ ଖଇରଟୋଲାର ମଧୁସୂଦନ ବଡ଼ାଇକ ଓରଫ୍‌ ଚକରୁ(୫୨)।
ଉଲ୍ଲେଖଯୋଗ୍ୟ, ଉଭୟେ ହତ୍ୟା ମାମଲାରେ ଜେଲ୍‌ ଭିତରେ ବନ୍ଦୀ ଥିଲେ। ୨୦୦୯ ଜୁନ ୧ ତାରିଖର ଘଟଣା। ରାଜେନ୍ଦ୍ର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ପରେ ବିଶ୍ରା ପୁଲିସ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁକରି କୋର୍ଟଚାଲାଣ କରିଥିଲା। ପରେ ମାମଲାର ଶୁଣାଣୀ ଚାଲିଥିଲା। ୨୦୧୦ ଜୁଲାଇ ୭ ତାରିଖରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା।
ସେହିଭଳି ୧୯୯୮ ମସିହାରେ ଜମି ବିବାଦକୁ କେନ୍ଦ୍ରକରି ଗାଁର ଜଣେ ବ୍ୟକ୍ତିଙ୍କୁ ମଧୁସୂଦନ ହତ୍ୟା କରିଥିଲେ। ୧୯୯୮ ଅଗଷ୍ଟ ୧୪ ତାରିଖରେ ବନ୍ଧାହୋଇ ରାଉରକେଲା ସ୍ବତନ୍ତ୍ର କାରାଗାରକୁ ଆସିଥିଲେ। ୨୦୦୦ ମସିହା ଏପ୍ରିଲ ୩ ତାରିଖରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ଉଭୟେ ସ୍ବତନ୍ତ୍ର କାରାଗାରରେ ବନ୍ଦୀ ଜୀବନ ସମୟରେ ଶାନ୍ତିଶୃଙ୍ଖଳାର ସହ ରହୁଥିଲେ। ଏଥିପାଇଁ ୧୪ ବର୍ଷ ସଜା କାଟିବାପରେ ସରକାରୀ ନିୟମାନୁଯାୟୀ ମୁକୁଳିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe