ପ୍ରମାଣ ଅଭାବରୁ ଦୁଇ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Advertisment
‘ଲକ୍ଷ୍ୟ ମାର୍କେଟିଂ ଚିଟ୍‌ଫଣ୍ଡ ସଂସ୍ଥାର ଅର୍ଥ ଜବତ

India Legal

କରଞ୍ଜିଆ: ଏକ ହତ୍ୟା ମାମଲାର ବିଚାର କରି କରଞ୍ଜିଆ ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଶାନ୍ତ କୁମାର ମିଶ୍ର ପ୍ରମାଣ ଅଭାବରୁ ଅଭିଯୁକ୍ତ ଧନେଶ୍ୱର ଲୋହାର ଓ ଝୁଟୁଙ୍ଗ ସମାଦଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ବିବରଣୀରୁ ପ୍ରକାଶ, କରଞ୍ଜିଆ ଥାନା ଅଁଳାକୋଟା ଗ୍ରାମରେ ୨୦୧୯ ମସିହା ମେ ୩୦ ତାରିଖରେ ଝୁଟୁଙ୍ଗ ସମାଦ ସେହି ଗ୍ରାମର ଧନେଶ୍ୱର ଲୋହାରଙ୍କ ଘରକୁ ପୂଜାପାଠ କରିବାକୁ ଯାଇଥିଲେ। ଏ କଥା ଜାଣିବା ପରେ ଗ୍ରାମର ଗୁମା ବଦ୍ରା ପୂଜାପାଠକୁ ବିରୋଧ କରି ଦୁଇ ଜଣଙ୍କ ସହିତ ପାଟିତୁଣ୍ଡ କରିବା ସହିତ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ୩୧ ତାରିଖ ସନ୍ଧ୍ୟାରେ ଗୁମା ଜଙ୍ଗଲରୁ ଫେରିବା ପରେ ଧନେଶ୍ୱର ସହିତ ପୁଣି ପାଟିତୁଣ୍ଡ କରିଥିଲେ ଓ ନିଜ ଘରୁ ଏକ କଟୁରି ଆଣି ଧନେଶ୍ୱର ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଧନେଶ୍ୱରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ସେ ଉକ୍ତ କଟୁରି ଛଡାଇ ଆଣି ପ୍ରତି ଆକ୍ରମଣ କରିବା ଫଳରେ ଗୁମା ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗୁମାଙ୍କ ପୁତୁରା ସଲାଇ ବଦ୍ରା ଏ ନେଇ କରଞ୍ଜିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନଂ ୩୪୦/୧୯ରେ ମାମଲା ରୁଜୁ କରି ଉଭୟ ଧନେଶ୍ୱର ଓ ଝୁଟୁଙ୍ଗଙ୍କୁ କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୧୮ ଜଣଙ୍କର ସାକ୍ଷ୍ୟ ଓ ଅନ୍ୟ ପ୍ରମାଣକୁ ବିଚାରକୁ ନେଇ କୋର୍ଟ ଅଭିଯୁକ୍ତଦ୍ବୟଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଯୁବ ଆଇନଜୀବୀ ନିର୍ମଳ ସେଠୀ ଓ ଏମ୍‌.ବିଠଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe