ପୁଲିସ ନିକଟରେ ୨ ନକ୍ସଲଙ୍କ ଆତ୍ମସମର୍ପଣ

Advertisment
ପୁଲିସ ନିକଟରେ ୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଓ୍ଵାଡ଼ା ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ସିଏନଏମ ଅଧ୍ୟକ୍ଷ ସୁକଡା ମାଡକାମ(୩୦) ଏବଂ କେଏଏମଏସ ଉପାଧ୍ୟକ୍ଷା ପାୟକେ ମାରକାମ(୩୧)।ଏହି ଦୁଇ ମାଓବାଦୀ କଟେକଲ୍ୟାଣ ଏରିଆ କମିଟିରେ ସକ୍ରିୟ ସଭ୍ୟ ରୂପେ କାମ କରୁଥିଲେ।

ସୁକଡା ମାଡକାମ ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ଦୁଇ ମାଓବାଦୀ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି।ଲୁଟପାଟ, ପୁଲିସ ଉପରେ ଆକ୍ରମଣ କରିବା, ଲ୍ୟାଣ୍ଡମାଇନ ଖଞ୍ଜିବା ଭଳି ବହୁ ଅପରାଧ ଏମାନଙ୍କ ନାମରେ ରହିଛି।ତେବେ ସଂଗଠନରେ ଆଉ ପୂର୍ବ ଭଲି ଲକ୍ଷ୍ୟ ଓ ଉଦେଶ୍ୟ ନେଇକାମ କରାଯାଉନଥିବାରୁ ଏମାନେ ପାର୍ଟି ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚିନ୍ତା କରିଥିଲେ। ପୁଲିସ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe