ମାଲକାନଗିରି : ପୁଲିସ ଗୁଳିରେ ଦୁଇ ନକ୍ସଲ ନିହତ

ପୁଲିସ-ନକ୍ସଲ ମୁହାମୁହିଁ: ଜଣେ ନକ୍ସଲ ମୃତ, ୨ ଯବାନ ଆହତ

India TV News

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର କୋରାମାଭୀମ (ଅସିଫାବାଦ) ଜିଲ୍ଲାରେ ପୁଲିସ-ନକ୍ସଲ ଗୁଳି ବିନିୟମ ହୋଇଛି। ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି, ବହୁ କ୍ୟାଡର ନକ୍ସଲ ଚକମା ଦେଇ ଖସି ଯାଇଥିବା ପୁଲିସ କହିଛି। ମାସକ ମଧ୍ୟରେ ତେଲେଙ୍ଗାନା ପୁଲିସର ଏହା ତୃତୀୟ ଏନକାଉଣ୍ଟର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କାଗଜନଗର ମଣ୍ଡଳର କଦମ୍ବବନ ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଠୁଳ ହୋଇଥିବା ଗୁଇନ୍ଦା ସୂତ୍ରରୁ ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା। ଅସିଫାବାଦ ଅଞ୍ଚଳର ମାଓ ସଂପାଦକ ଭାସ୍କର ସମେତ ଅନ୍ୟ କେତେକ କୁଖ୍ୟାତ ମାଓବାଦୀଙ୍କ ନେତୃତ୍ବରେ ଏହି କ୍ୟାମ୍ପ ପରିଚାଳିତ ହେଉଥିଲା। ଏହାପରେ ଶିବିର ଧ୍ବଂସ ସହ ମୋଷ୍ଟ ୱାଣ୍ଟେଡ୍ ମାଓନେତାଙ୍କୁ ଗିରଫ କରିବା ପାଇଁ ଏସ୍‌ପି ଭି. ସତ୍ୟନାରାୟଣଙ୍କ ନେତୃତ୍ବରେ ପ୍ରାୟ ୪ଶହ ଯବାନଙ୍କୁ ଅପରେସନରେ ସାମିଲ କରାଯାଇଥିଲା। ତେବେ ଯବାନ କ୍ୟାମ୍ପକୁ ସଂପୂର୍ଣ୍ଣ ଘେରିବା ପୂର୍ବରୁ ନକ୍ସଲ ସତର୍କ ହୋଇଯାଇଥିଲେ ଏବଂ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାର ପାଲଟା ଜବାବ ଯବାନ ଦେବାରୁ ବହୁ ସମୟ ଧରି ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ସଂଖ୍ୟା ଏବଂ ପ୍ରସ୍ତୁତି ଯୋଗୁଁ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ ନକ୍ସଲ। ନକ୍ସଲ ଗୁଳି ଚଳାଇବା ବନ୍ଦ କରିବା ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ଦୁଇ ମାଓବାଦୀଙ୍କ ଶବ ସହ କିଛି ସାମଗ୍ରୀ ଜବତ କରାଯାଇଛି। ନିହତ ଦୁଇ ମାଓବାଦୀଙ୍କୁ ଚିହ୍ନଟ କରାଯାଇ ନଥିବାବେଳେ ଶବ ପୁଲିସ ମୁଖ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀକୁ ଯାଞ୍ଚ କରିବାରୁ ଏହି ଅଞ୍ଚଳର ଦୁର୍ଦ୍ଦାନ୍ତ ନକ୍ସଲ ଏମ. ଏଡ଼ଲୁ ଖସି ପଳାଇଥିବା ଜଣାପଡ଼ିଛି। ଚଳିତ ମାସ ୩ ତାରିଖରେ ଚାରଲା ମଣ୍ଡଳରେ ପୁଲିସ ଚଢ଼ଉ କରିଥିଲା ଏବଂ ଦୁଇ ଜଣ ନକ୍ସଲ ନିହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe