କରୋନା ଯୋଦ୍ଧା ହେଲେ କରୋନା ଆକ୍ରାନ୍ତ : କଳାହାଣ୍ଡିରେ ଆଜି ଜଣେ ଯବାନ ସମେତ ୨ କରୋନା ପଜିଟିଭ ଚିହ୍ନଟ

Advertisment
୩ଦିନ ଧରି ସବୁ ବିଧାୟକଙ୍କ ହେବ କରୋନା ପରୀକ୍ଷା, ୧୭ରୁ ଆରମ୍ଭ ହୋଇ ୧୯ପର୍ଯ୍ୟନ୍ତ ନମୁନା ସଂଗ୍ରହ

fct.unl.pt

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ଜଣେ କରୋନା ଯୋଦ୍ଧା ୬୪ ବାଟାଲିଆନର ଜଣେ ଯବାନ ସମେତ ୨ଜଣ କରୋନା ଆକ୍ରାନ୍ତ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ୨ ଜଣ କରୋନା ଆକ୍ରାନ୍ତ ମଧ୍ୟରେ ଜଣେ ହାଇଦ୍ରାବାଦ ଓ ଜଣେ ବିହାର ରାଜ୍ୟରୁ ଫେରିଥିଲେ । ୨ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିଲା । ଆଜି ସେମାନଙ୍କ ସ୍ୱାବ ପଜିଟିଭ ଆସିବା ପରେ ୨ ଜଣଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୪ ବଟାଲିଆନର ଯବାନ ବୋଲି ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ୨ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe