ଶପଥ ନେଲେ ଦୁଇ ନୂଆ ବିଧାୟକ

Advertisment
ଶପଥ ନେଲେ ଦୁଇ ନୂଆ ବିଧାୟକ

ବିଜୟ ଶଙ୍କର ଦାସ

ଭୁବନେଶ୍ବର : ଉପନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିବା ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଆଜି ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ ଉତ୍ସବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ।

publive-image ସ୍ବରୂପ ଦାସ

ଶପଥ ଗ୍ରହଣ ପରେ ଉଭୟଙ୍କୁ ବାଚସ୍ପତି ଆଲିଙ୍ଗନ କରି ସେମାନଙ୍କ ଉନ୍ନତି କାମନା କରିବା ସହ ବିଧାନସଭାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକଟ କରିଥିଲେ। ଶପଥ ଗ୍ରହଣ ପରେ ବାଲେଶ୍ବର ବିଧାୟକ ଶ୍ରୀ ଦାସ ଆଜି ସନ୍ଧ୍ୟାରେ ‘ସମ୍ବାଦ ଭବନ’କୁ ଆସି ସମ୍ବାଦ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe