୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

Advertisment

ଦାମନଯୋଡ଼ି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ସୁରେଶ

ଦାମନଯୋଡ଼ି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ସୁରେଶ

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ସୁରେଶ ଏବଂ ମହିଳା ମାଓବାଦୀ ସୁଦୁରୀ ମଡ଼ିୟାମି। ଓଡ଼ିଶାରେ ନକ୍ସଲ ସଂଗଠନ ଘଟାଇଥିବା ବହୁ ହିଂସାରେ ଦୁହେଁ ସଂପୃକ୍ତ ଥିବା ଜଣାପଡ଼ିଛି। ତେବେ ହିଂସା ଛାଡ଼ି ଅବଶିଷ୍ଟ ଜୀବନ ଶାନ୍ତିରେ ବିତାଇବାକୁ ଚାହୁଁଥିବା ସେମାନେ ପ୍ରକାଶ କରିଛନ୍ତି। ସୁରେଶ ସଂଗଠନରେ ଡେପୁଟି କମାଣ୍ଡର ଭାବେ କାମ କରୁଥିଲା। ସରକାର ତା ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ୨୦୦୮ ମସିହାରେ ନୟାଗଡ଼ ଆକ୍ରମଣ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଙ୍ଗଲରେ ପୁଲିସ ଉପରେ ଗୁଳି ଚଳାଇବା, ୨୦୦୯ରେ ଦାମନଯୋଡ଼ି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ସ‌ୁରେଶ। ଛତିଶଗଡ଼ ସହ ମହାରାଷ୍ଟ୍ରରେ ମଧ୍ୟ ସେ ବହୁ ହିଂସାରେ ଜଡ଼ିତ ଥିବା ପୁଲିସ କହିଛି।

ନକ୍ସଲ ସଂଗଠନ ନିଜ ଆଦର୍ଶରୁ ହଟି ଗରିବ ଆଦିବାସୀଙ୍କୁ ନିର୍ଯାତନା ଦେଉଛି। ଏପରିକି ହତ୍ୟା କରିବାକୁ ପଛାଉନାହିଁ। ସଂଗଠନରେ ଆଗ ଭଳି ଭାଇଚାରା ନାହିଁ। ଆନ୍ଧ୍ର କ୍ୟାଡରଙ୍କ ଦବଦବା, ଭେଦଭାବ ଯୋଗୁଁ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲୁ ବୋଲି ସୁରେଶ ଏବଂ ସୁଦୁରୀ କହିଛନ୍ତି। ଉଭୟଙ୍କ ନାଁରେ ଥିବା ପୁରସ୍କାର ରାଶି ସେମାନଙ୍କୁ ପୁଲିସ ପ୍ରଦାନ କରିଛି। ଆତ୍ମନିର୍ଭରଶୀଳ ହେବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe