ରାଜ୍ୟ ପାଇଁ ଗୌରବ ଆଣିଲେ ଉତ୍ତର ଓଡ଼ିଆ ବିଶ୍ୱବିଦ୍ୟାଳୟର ଦୁଇ ସ୍ବେଚ୍ଛାସେବୀ, ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହେଲେ

ରାଜ୍ୟ ପାଇଁ ଗୌରବ ଆଣିଲେ ଉତ୍ତର ଓଡ଼ିଆ ବିଶ୍ୱବିଦ୍ୟାଳୟର ଦୁଇ ସ୍ବେଚ୍ଛାସେବୀ, ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହେଲେ

ବାରିପଦା: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧୀନରେ ଥିବା ମହାରାଜା ପୁର୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ କୁମାରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ଛାତ୍ର ପ୍ରଭଞ୍ଜନ ମଣ୍ଡଳ ୨୦୧୮-୧୯ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାରରେ ସମ୍ବର୍ନ୍ଧିତ ହୋଇଛନ୍ତି।

ଜାତୀୟ ସେବା ଯୋଜନା ଦିବସ ଅବସରରେ ଏକ ଭର୍ଚୁଆଲ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟରୁ ଉଭୟ ଦିବ୍ୟାନୀ ଏବଂ ପ୍ରଭଞ୍ଜନ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏଥସହିତ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି ଏହି ଦୁଇ ଛାତ୍ରଛାତ୍ରୀ। ରାଜ୍ୟରୁ କେବଳ ଏହି ଦୁଇ ଜଣ ସ୍ବେଛାସେବୀ ଜାତୀୟ ସେବା ଯାଜନା ପୁରସ୍କାର ଗ୍ରହଣ କରି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ଇତିହାସରେ ଏକ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଏହି କୃତିତ୍ୱ ପାଇଁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ ଉଭୟ ସ୍ବେଛାସେବୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ବିଶ୍ୱ ବିଦ୍ୟାଳୟ ତରଫରୁ ସମ୍ୱର୍ଦ୍ଧନା ପ୍ରଦାନ କରାଯିବ ବୋଲି ବାର୍ତା ପ୍ରଦାନ କରିଛନ୍ତି।

ପ୍ରକାଶଥାଉକି ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟେକବର୍ଷ ରାଷ୍ଟ୍ରପତି ଏହି ଜାତୀୟ ସେବା ଯୋଜନା ପୁରସ୍କାର ସ୍ବେଛାସେବୀ କାର୍ଯ୍ୟକ୍ରମ ଅଧିକାରୀ ଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋକୁ ପ୍ରଦାନ କରିଥାଆନ୍ତି। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଏହି ଦୁଇ ସ୍ବେଛାସେବୀ ସମ୍ମାନୀତ ହୋଇ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମୟୁରଭଞ୍ଜ ଜିଲ୍ଲାର ନାମ ରଖିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଦୁଇ ସ୍ବେଛାସେବୀଙ୍କ ପାଇଁ ପ୍ରଶଂସା ଛୁଅ ଛୁଟିଛି।

ପୂର୍ବ ୫ ବର୍ଷରେ ଲଗାତାର ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ୬ ଜଣ ସ୍ବେଛାସେବୀ ଓ ୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଏହି ପୁରସ୍କାରରେ ପୁରସ୍କୃତ ହୋଇ ଥିବା ସହ ସର୍ବ ଭାରତୀୟ ସ୍ତରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ଗର୍ବ ମଧ୍ୟ ହାସଲ କରି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ରାଷ୍ଟ୍ରପତିଙ୍କ ପାଖରୁ ପୁରସ୍କାର ଗ୍ରହଣ କରିଛନ୍ତି। ସ୍ବେଛାସେବୀମାନଙ୍କ ଏହି ସଫଳତା ପାଇଁ କାର୍ଯ୍ୟକ୍ରମ ସଂଯୋଜିକା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ଅଧ୍ୟକ୍ଷ/ଅଧ୍ୟକ୍ଷା ପ୍ରମୁଖଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe