୨ଜଣ ବରିଷ୍ଠ ଓଏଏସ୍‌ଙ୍କୁ କୋଭିଡ୍‌ ହସ୍ପିଟାଲ ଦାୟିତ୍ବ ଦେଲେ ସରକାର : କିମ୍‌ସ୍‌ ପାଇଁ ରାଜେନ୍ଦ୍ର ମିଶ୍ର, ସମ୍‌ ପାଇଁ ନିଯୁକ୍ତ ହେଲେ ଅମ୍ବର କର

Advertisment

ପୁଣି ସଙ୍ଗରୋଧ ମାନିଲେନି ୨୧ : ୨୪ ଘଣ୍ଟାରେ ୨୬୭ ମାମଲା

ପୁଣି ସଙ୍ଗରୋଧ ମାନିଲେନି ୨୧ : ୨୪ ଘଣ୍ଟାରେ ୨୬୭ ମାମଲା

୨ଜଣ ବରିଷ୍ଠ ଓଏଏସ୍‌ଙ୍କୁ କୋଭିଡ୍‌ ହସ୍ପିଟାଲ ଦାୟିତ୍ବ ଦେଲେ ସରକାର : କିମ୍‌ସ୍‌ ପାଇଁ ରାଜେନ୍ଦ୍ର ମିଶ୍ର, ସମ୍‌ ପାଇଁ ନିଯୁକ୍ତ ହେଲେ ଅମ୍ବର କର

ସମ୍‌ର କୋଭିଡ୍‌ ହସ୍ପିଟାଲର ସ୍ଥିତି ସମୀକ୍ଷା କରୁଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍‌, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ପ୍ରମୁଖ ସଚିବ ସୌରଭ ଗର୍ଗ

ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାରଙ୍କ ସହ ଅନୁବନ୍ଧିତ ହୋଇଛନ୍ତି ଦୁଇଟି ଘରୋଇ ହସ୍ପିଟାଲ। ଏହି ଦୁଇଟି କୋଭିଡ୍‌ ହସ୍ପିଟାଲ ପାଇଁ ଦୁଇଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ରାଜ୍ୟ ସରକାର ଅତିରିକ୍ତ ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ରିୟଲ୍‌ ଇଷ୍ଟେଟ୍‌ ରେଗୁଲେଟରୀ ଅଥରିଟି (ଓରେରା)ର ସଚିବ ଥିବା ରାଜେନ୍ଦ୍ର ମିଶ୍ରଙ୍କୁ କିମ୍‌ସ୍‌ କୋଭିଡ୍‌ ହସ୍ପିଟାଲ ଦାୟିତ୍ବ ମିଳିଥିବାବେଳେ ଓଡ଼ିଶା ଖଣି ନିଗମରେ ମୁଖ୍ୟ ସତର୍କତା ଅଧିକାରୀ ଭାବେ କାର୍ଯ୍ୟରତ ଅମ୍ବର କରଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲର ଅଧିକାରୀଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୁଣି ସଙ୍ଗରୋଧ ମାନିଲେନି ୨୧ : ୨୪ ଘଣ୍ଟାରେ ୨୬୭ ମାମଲା
ଭୁବନେଶ୍ବର : କରୋନା ମୁକାବିଲା ଲାଗି ଲକ୍‌ଡାଉନ୍ ନିୟମକୁ ଉଲ୍ଲଂଘନ କରି ଚାଲିଛନ୍ତି ଜନସାଧାରଣ। ୨୮ ତାରିଖ ସକାଳ ୭ଟାରୁ ୨୯ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୨୬୭ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଜ୍ୟର ବିଭିନ୍ନ ଥାନାରେ ଏହି ମାମଲା ରୁଜୁ କରିଛି ପୁଲିସ। ସେହିପରି ବିଦେଶ ଫେରନ୍ତା ଓ ସନ୍ଦିଗ୍ଧମାନେ ଗୃହ ସଂଗରୋଧ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛନ୍ତି। ୨୮ତାରିଖ ସକାଳୁ ୨୯ତାରିଖ ସକାଳ ଭିତରେ ୨୧ଜଣଙ୍କ ବିରୋଧରେ ଗୃହ ସଂଗରୋଧ ଆଇନ ଭାଙ୍ଗିବା ଅଭିଯୋଗରେ ମାମଲା ରୁଜୁ କରିଛି ପୁଲିସ। ଗୃହ ସଂଗରୋଧ ଆଇନ ଭାଙ୍ଗିବା ନେଇ ଏବେ ସୁଦ୍ଧା ୭୧ଟି ମାମଲା ରୁଜୁ ହୋଇଛି। ଲକ୍‌ଡାଉନ୍ ଭାଙ୍ଗିବା ଅଭିଯୋଗରେ ଏବେ ସୁଦ୍ଧା ସାରା ରାଜ୍ୟରେ ୧୩୪୭ଟି ମାମଲା ରୁଜୁ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe