Advertisment

ଘରୋଇ କଂପାନିରେ କାମ କରିବାକୁ ଓମାନ ଯାଇଥିଲେ, ଦରମା ନ ପାଇଁ ଦୁଃଖରେ ଦିନ କାଟୁଛନ୍ତି ୨ ଓଡ଼ିଆ ଯୁବକ

Advertisment

ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଘରୋଇ କଂପାନିରେ କାମ କରିବାକୁ ଓମାନ ଯାଇଥିଲେ, ଦରମା ନ ପାଇଁ ଦୁଃଖରେ ଦିନ କାଟୁଛନ୍ତି ୨ ଓଡ଼ିଆ ଯୁବକ

ଭୁବନେଶ୍ବର: ଏକ ଘରୋଇ କଂପାନିରେ କାମ କରିବା ପାଇଁ ଓମାନ ଯାଇଥିବା ଦୁଇ ଓଡିଆ ଯୁବକ ସେଠାରେ ଫସି ଯାଇଛନ୍ତି। ପ୍ରାୟ ଦେଢ଼ ମାସର ଦରମା ନ ପାଇଁ ଦୁଃଖରେ ଜୀବନ ବିତାଉଛନ୍ତି। ଦୁଇ ଓଡ଼ିଆ ଯୁବକ ହେଲେ ପ୍ରଦୀପ କୁମାର ବାଇ ଏବଂ ସୁରେଶ କୁମାର ନାୟକ। ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦାର ସୁବର୍ଣ୍ଣପୁର ଗ୍ରାମର ନରେନ୍ଦ୍ର କୁମାର ବାଇଙ୍କ ପୁଅ ପ୍ରଦୀପ କୁମାର ବାଇ ଏବଂ ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ ସୁରେଶ କୁମାର ନାୟକ ରାଜନଗର ବ୍ଲକ ଅର୍ନ୍ତଗତ ମଦନପୁର ଗ୍ରାମର ଏଜେଣ୍ଟ ମନମୋହନ ବେହେରାଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ୨୦୨୨ ଫେବ୍ରୁଆରି ୧୬ରେ ଓମାନ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନିରେ ନିଯୁକ୍ତି ପାଇଲା ପରେ କମ୍ପାନି କତ୍ତୃପକ୍ଷ ସେମାନଙ୍କଠାରୁ ପାସପୋର୍ଟ ନେଇଯାଇଥିଲେ ଓ ୧୨ ଘଣ୍ଟା ଛିଡା ହୋଇ କାମ କରିବାକୁ ବାଧ୍ୟ କରିଥିଲେ। ୩ ମାସରୁ ଊର୍ଦ୍ଧ୍ବ କାମ କରିଥିଲେ ମଧ୍ୟ ମାତ୍ର ୪୨ ଦିନର ଦରମା ଦେଇ ଭୋକ ଉପାସରେ କାମ କରିବାକୁ ବାଧ୍ୟ କରାଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏ ନେଇ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଓମାନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ପ୍ରଦୀପ ଏବଂ ସୁରେଶଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe