ଭିଜିଲାନ୍ସ ମାମଲାରେ ଦଣ୍ଡିତ ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ ବହିଷ୍କୃତ

Advertisment
ଓଡ଼ିଶାରେ ୨୪ଟି ପୋକ୍ସୋ କୋର୍ଟ ନିର୍ମାଣ ପ୍ରକ୍ରିୟା ଜାରି

hindustantimes.com

ସୁନ୍ଦରଗଡ଼ : ଲାଞ୍ଚ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ଅଦାଲତ‌ରେ ଦୋଷୀ ସାବ୍ୟସ୍ତ ହୋଇ ଜରିମାନା ଓ ଜେଲ ଦଣ୍ଡାଦେଶ ପାଇଥିବା ସୁନ୍ଦରଗଡ଼ ଜିଲ୍ଲାର ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ବହିଷ୍କାର କରିଛନ୍ତି।

ବହିଷ୍କୃତ ଦୁଇ ଅଧିକାରୀ ହେଲେ ଟାଙ୍ଗରପାଲି ବ୍ଲକର ପୂର୍ବତନ ପିଇଓ ତ୍ରିଲୋଚନ ସେଠ ଓ ସବଡେଗା ବ୍ଲକର ପୂର୍ବତନ ପିଇଓ ଅଷ୍ଟମଚନ୍ଦ୍ର ପଟେଲ। ତ୍ରିଲୋଚନ ଅଧୁନା କୁତ୍ରା ବ୍ଲକ ଓ ଅଷ୍ଟମ ଚନ୍ଦ୍ର ବଣାଇଁ ବ୍ଲକରେ କାର୍ଯ୍ୟରତ ଥିଲେ।

ମାମଲା ଅନୁସାରେ, ତ୍ରିଲୋଚନ ସେଠ ଟାଙ୍ଗରପାଲି ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ଅଦାଲତ ଶ୍ରୀ ସେଠ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍‌ ଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ। ସେହିପରି ଅନ୍ୟ ଏକ ମାମଲାରେ ସବଡେଗା ବ୍ଲକର ପୂର୍ବତନ ପିଇଓ ଅଷ୍ଟମ ଚନ୍ଦ୍ର ପଟେଲ ୨୦୦୮ ସେପ୍ଟମ୍ବର ୧ରେ ୮୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ନାମରେ ମାମଲା ରୁଜୁ କରି ଭିଜିଲାନ୍ସ ଚୁଡ଼ାନ୍ତ ରିପୋର୍ଟ ଦାଖଲ କରିବା ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଗତ ୨୦୧୭ ଡିସେମ୍ବର ୨ ତାରିଖରେ ଶ୍ରୀ ପଟେଲଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ହଜାର ଟଙ୍କା ଜରିମାନା ଓ ୧ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe