ଅର୍ଥ ଅନିୟମିତତା ଅଭିଯୋଗ, ୨ ପିଇଓ ନିଲମ୍ବିତ

Advertisment
ଅର୍ଥ ଅନିୟମିତତା ଅଭିଯୋଗ, ୨ ପିଇଓ ନିଲମ୍ବିତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ଟଙ୍କା ହେରଫେର ଘଟଣାରେ ଡମ କର୍ଲାଖୁଣ୍ଟା ପଞ୍ଚାୟତ ଓ ମଦନପୁର ରାମପୁର ପଞ୍ଚାୟତର ୨ଜଣ ପିଇଓ ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ, ମଦନପୁର ରାମପୁର ବ୍ଲକର ଡମକର୍ଲାଖୁଣ୍ଟା ପଞ୍ଚାୟତର ପିଇଓ ରୂପାଧର ମାଝୀ ପଞ୍ଚାୟତର ୪ଲକ୍ଷ ୭୭ ହଜାର ଟଙ୍କା ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ସେହିଭଳି ମଦନପୁର ରାମପୁର ପଞ୍ଚାୟତର ପିଇଓ କୃଷ୍ଣମୋହନ ଦାସ ୨ଲକ୍ଷ ୯୫ ହଜାର ୨୦୦ ଟଙ୍କା ଅର୍ଥ ହେରଫେର ହୋଇଥିଲା। ଅଭିଯୋଗର ତଦନ୍ତ ପରେ ୨ ପିଇଓ ରୂପାଧର ମାଝୀ ଓ କୃଷ୍ଣମୋହନ ଦାସଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ଉଭୟ ପିଇଓ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe