ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା, ସ୍ୱାମୀ ସମେତ ୨ ଗିରଫ

Advertisment
ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ଦେବଗଡ଼ : ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ। ପୁଲିସ ଏଥିରେ ସଂପୃକ୍ତ ସ୍ୱାମୀ ନବୀନ ମହାନ୍ତ ଏବଂ ଲକ୍ଷ୍ମୀ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନାନୁସାରେ ଗ‌ୋପପୁର ଗ୍ରାମରେ ନଦୀନ ମହାନ୍ତ ଏବଂ ସ୍ତ୍ରୀ ଉର୍ମିଳା ମହାନ୍ତ ସହିତ ରହୁଥିଲା। ତେବେ ଗତ ୧୭ ତାରିଖ ଦିନ ସକାଳେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିବା ଗୋପପୁର ଗ୍ରାମର ଜଣେ ବ୍ୟକ୍ତି କଲା ଗ୍ରାମରେ ରହୁଥିବା ଉର୍ମିଳାଙ୍କ ଭାଇ ବୁଦ୍ଧଦେବ ମହାନ୍ତଙ୍କୁ ଫୋନ କରି ଜଣାଇଥିଲେ। ବୁଦ୍ଧଦେବ ଗୋପପୁରରେ ପହଞ୍ଚି ତାଙ୍କ ଭଉଣୀ ପାଇଖାନା ଘରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଉର୍ମିଳାଙ୍କ ନାକ ଓ ପିଠିରେ ଗଭୀର ଆଘାତ ଲାଗିଥିବା ଦେଖି ସେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ସ୍ୱାମୀ ନବୀନ ଓ ତାଙ୍କ ପରିବାର ଲୋକେ ମିଶି ଉର୍ମିଳାଙ୍କୁ ମାରି ଦେଇଥିବା ବୁଦ୍ଧଦେବ ଏତଲାରେ ଦର୍ଶାଇଥିଲେ। ଫଳରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନବୀନକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ସୁନ୍ଦରଗଡ ଜିଲ୍ଲାର ବନ୍ଧୁପଡା ଗ୍ରାମର ଲକ୍ଷ୍ମୀ ମହାନ୍ତ (୨୨) ସହ ନବୀନର ପରକୀୟା ପ୍ରୀତି ରହିବା ଓ ଏହାକୁ ନେଇ ଉଭୟ ପତି ପତ୍ନୀ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଗତ ୧୬ ତାରିଖ ରାତିରେ ଲକ୍ଷ୍ମୀ ଓ ନବୀନ ସହିତ ଉର୍ମିଳାଙ୍କ ବାହାଡାପଶି ଛକରେ ଏକ ଢାବା ନିକଟ ଗଳି ରାସ୍ତାରେ ଝଗଡ଼ା ହୋଇଥିଲା। ଝଗଡା ବେଳେ ନବୀନ ଓ ଲକ୍ଷ୍ମୀ ମିଶି ଉର୍ମିଳାଙ୍କୁ ହତ୍ୟା କରିବା ପରେ ଶବକୁ ଆଣି ତାଙ୍କ ଘର ପାଖ ପାଇଖାନାରେ ପକାଇ ଦେଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ନବୀନ ଓ ଲକ୍ଷ୍ମୀକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe