ରାଜନୈତିକ ଶତ୍ରୁତାରୁ ଗଞ୍ଜାମରେ ୨ ଜଣଙ୍କୁ ହତ୍ୟା

Advertisment
ରାଜନୈତିକ ଶତ୍ରୁତାରୁ ଗଞ୍ଜାମରେ ୨ ଜଣଙ୍କୁ ହତ୍ୟା

ଵ୍ରହ୍ମପୁର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଦିଗପହଣ୍ଡି ଥାନା ଚଷାନିମଖଣ୍ଡିରେ ଆଜି ଵିଳମ୍ବିତ ୨ ଜଣ ଯୁବକଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକମାନେ ହେଲେ, ସରୋଜ ପାତ୍ର ଓ ସୁଦର୍ଶନ ସୁଆର। ଉଭୟ ନିକଟ ଗାଁକୁ କୌଣସି ଏକ କାମରେ ଯାଇଥିଲେ। ରାତି ପ୍ରାୟ ୧୧ଟା ୪୫ରେ ସେମାନେ ବାଇକରେ ନିଜ ଗାଁ ଚଷାନିମଖଣ୍ଡି ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ଉଭୟଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଵା ଵେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉ କି, ଏହାପୂର୍ବରୁ ଗତ ଫେବ୍ରୁଆରି ମାସ ୨୩ ତାରିଖରେ ଆସିକା ଥାନା କେନ୍ଦୁପଦର ଓ ମାର୍ଚ୍ଚମାସ ୧୮ ତାରିଖରେ ପୋଲସରା ଥାନା ଇଲାକାରେ ଦୁଇଜଣ ଯୁବକଙ୍କୁ ରାଜନୈତିକ ଵିବାଦରୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe