ମାଟି ଅତଡ଼ା ଧସି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଦୁଇ ଗିରଫ

Advertisment
ମାଟି ଅତଡ଼ା ଧସି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଦୁଇ ଗିରଫ

କୋରାପୁଟ: ତିନିଦିନରେ ମାଟି ଅତଡ଼ା ଧସି ୩ ଶ୍ରମିକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ପୁଲିସ। ଗତକାଲି ବିଳମ୍ବିତ ରାତିରେ ସଲମନଗୁଡାରୁ ଶଶି ପ୍ରଧାନ(୫୮) ଓ ଦାମନଯୋଡି ଅଞ୍ଚଳରୁ ହିରଣ ନାଗ(୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହାସହ ସପ୍ତାହକ ମଧ୍ୟରେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାକୁ ରହିଥିବାବେଳେ ୧୨୦  ଦିନରେ ଚାର୍ଜସିଟ ଦାଖଲ କରିବାକୁ ମନସ୍ଥ କରିଛି କୋରାପୁଟ ପୁଲିସ।

ମଝି ରଜ ଦିନ ୧୧ଟା ବେଳେ କୋରାପୁଟ ବ୍ଲକ ଉପରକୋଲାବ ନିକଟ ଲାଉରିଗୁଡା ନିକଟ ମରୁମ ଖାଦାନରୁ ମାଟି ଅତଡା ଧସିବାରୁ ବଡ କେରଙ୍ଗା ପଞ୍ଚାୟତ ଅନ୍ତର୍ଗତ ସଲମନଗୁଡା ଗ୍ରାମର ସନମତି ଜାନି, ଚମ୍ପା ବଡନାୟକ ଓ ପୂର୍ଣ୍ଣି ବଡନାୟକଙ୍କର ଅକାଳ ବିୟୋଗ ଘଟିଥିଲା। ପୁଲିସ ଏକ ମାମଲା ରୁଜୁ କରିଥିଲା। ପ୍ରାଥମିକ ତଦନ୍ତରୁ ଏହିମାନେ ହିଁ ଏହି ତିନି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ନେଇ ଜାଣିବାକୁ ପାଇଥିଲା। ଘଟଣାସ୍ଥଳରୁ ଏହିମାନେ ଚମ୍ପଟ ମାରିଥିବାବେଳେ ପୁଲିସ ଏମାନଙ୍କୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ମୋବାଇଲ ନମ୍ବର ଯାଞ୍ଜ କରିବା ପରେଗତକାଲି ରାତିରେ ଶିଶି ସଲମନଗୁଡାରେ ରହିଥିବା ଜାଣିବାକୁ ପାଇଥିବାବେଳେ ହିରଣ ଡ୍ୟାମ ସାଇଡ ଅଞ୍ଚଳରୁ ଦାମନଯୋଡି ଆଡେ ପଳାଇଥିବା ଜଣିବାକୁ ପାଇଥିଲା। ପରେ ସେମାନଙ୍କୁ ଏକ ଟିମ ଗଠନ କରି ଧରିଥିବା କହିଛନ୍ତି ଟାଉନ ଆଇଆଇସି ପ୍ରମୋଦ କୁମାର ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe