ଦୁର୍ଘଟଣାରେ ପୁଲିସ୍‌ ଅଧିକାରୀଙ୍କ ସମେତ ୨ ମୃତ

Advertisment
ବାଇକ ଦୁର୍ଘଟଣାରେ ୨ ଗୁରୁତର

ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥରେ ମାନେଶ୍ୱରଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପୁଲିସ୍‌ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ବିଦ୍ୟୁତ୍‌ ଥାନାରେ ଏଏସ୍‌ଆଇଭାବେ କାର୍ଯ୍ୟରତ ସମ୍ବଲପୁର ଜିଲ୍ଲା ମିରିଗାମୁଣ୍ଡା ଗାଁର ରାମ ବାଗ ରବିବାର ରାତି ୮ଟା ବେଳେ ସମ୍ବଲପୁରରୁ ଏକ ବାଇକ୍‌ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ମାନେଶ୍ୱର ନିକଟରେ ଏକ ବାଇକ୍‌ ସହ ଘସି ହୋଇ ସନ୍ତୁଳନ ହରାଇ ପଡ଼ି ଯାଇଥିଲେ। ଫଳରେ ସେହି ସମୟରେ ନିକଟରେ ଯାଉଥିବା ଏକ ଟ୍ରକ୍‌ର ପଛ ଚକରେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସେଠରେ କିଛି ସମୟ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି ୩୦ ତାରିଖ ରାତି ୮ଟାରେ ଅନ୍ୟ ଏକ ଦୁର୍ଘଟଣାରେ ଧମା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବାଇକ୍‌ ଧକ୍କାରେ ପଟୁଆରୀ କୁଅଁର (୪୬) ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। କେଉଁଟିପାଲି ହୁଡ ଗାଁର ପଟୁଆରୀ ଧମାସ୍ଥିତ ନିଜ ସଂପର୍କୀୟଙ୍କ ଘରକୁ ଝାରି ଯାତ୍ରା ଦେଖିବାକୁ ଆସିଥିଲେ। ରାସ୍ତା ପାରି ହୋଇ ଯାଉଥିବା ବେଳେ ତାଙ୍କୁ ଏକ ବାଇକ୍‌ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସଦର ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe