ବାଣ କାରଖାନାରେ ବିସ୍ଫୋରଣ: ୨ ଆହତ

ବାଣ କାରଖାନାରେ ବିସ୍ଫୋରଣ: ୨ ଆହତ

ବାଲିପାଟଣା: ଦୀପାବଳି ପାଖେଇ ଆସୁଥିବା ବେଳେ ବାଣ ବିକ୍ରି ପାଇଁ କାରିଗର ଓ ବେପାରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୀପାବଳି ଆସୁଥିବା ବେଳେ ବାଣ କାରିଗର ସକ୍ରିୟ ହୋଇ ଉଠିଛନ୍ତି। ଏବେ କାରିଗରମାନେ ବାଣ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଆଉ କିଛି ଦିନ ପରେ ବାଣ ‌ବଜାର ଖୋଲିବ। ଏହା ପୂର୍ବରୁ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଝିଣ୍ଟିଶାସନ ଜଇନାବାଦ ଗ୍ରାମରେ ଆଜି ବାଣ ତିଆରି ବେଳେ ବିସ୍ଫୋରଣ ହୋଇଛି। ଫଳରେ ୨ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ବାଲିପାଟଣା ଥାନା ଝିଣ୍ଟିଶାସନ ଜଇନାବାଦ ଗ୍ରାମରେ ଗୋଟିଏ କାରଖାନାରେ ଆଜି ବାଣ ତିଆରି ଚାଲିଥିଲା। କୌଣସି କାରଣରୁ କାରଖାନାରେ ବାଣ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ବିପୁଳ ପରିମାଣର ବାଣ ଜଳି ଯାଇଥିଲା।  ବାଣର ପ୍ରଚଣ୍ଡ ଶବ୍ଦରେ ଗ୍ରାମବାସୀ ଭୟଭୀତ ହୋଇ ଯାଇଥିଲେ। ସେମାନେ ନିଜନିଜ ସ୍ଥାନରୁ ଦୌଡ଼ି ନଦୀବନ୍ଧ ଆଡ଼କୁ ପଳାଇଆସିଲେ। ଦୁର୍ଘଟଣାରେ ୨ ବାଣୁଆ ଆହତ ହୋଇଥିଲେ। ‌ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ବାଲିପାଟଣା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ବାଣ କାରଖାନା ବେଆଇନ୍‌ କି ଲାଇସେନ୍ସ ଥିଲା ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe