Image Courtesy of Times of India
ବିନିକା: ପିତ୍ତଳ ମାଳିକୁ ସୁନାମାଳି କହି ବିନିକା ଅଞ୍ଚଳରେ ଲୋକଙ୍କ ପାଖରେ ବିକ୍ରି କରି ଠକେଇ କରୁଥିବା ମହାରାଷ୍ଟ୍ରର ଦୁଇଜଣଙ୍କୁ ଗିରଫ କରି ବିନିକା ପୁଲିସ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ବିନିକା ଏନ୍ଏସି୍ ୧ ନଂ ୱାର୍ଡ ସଉଳପୁର ପରିକ୍ଷିତ ସୁନା ମଙ୍ଗଳବାର ଦିନ ୧ ଘଣ୍ଟା ସମୟରେ ବିନିକା-ରାମପୁର ରାସ୍ତାରେ ଯାଉଥିବା ସୟରେ ଯୁଗେଶ୍ବର ମନ୍ଦିର ପାଖରେ ଦୁଇଜଣ ଅଣଓଡ଼ିଆ ଯୁବକ ଆସି ତାଙ୍କୁ ଅଟକାଇ ବହୁତ ଅସୁବିଧାରେ ପଡ଼ିଛୁ କହି ନକଲି ସୁନାମାଳି ଦେଇ ତାଙ୍କ ପାଖରୁ ୫ ହଜାର ଟଙ୍କା ଠକିନେଇ ଫେରାର୍ ହୋଇଥିଲେ। ପରିକ୍ଷିତ ମାଳିକୁ ଏକ ସୁନାରିଙ୍କ ପାଖରେ ପରୀକ୍ଷା କରାଇବାରୁ ପିତ୍ତଳ ବୋଲି ଜଣାପଡ଼ିଥିଲା। ପରେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଇଆଇସି ପବିତ୍ର ସାହୁଙ୍କ ନିଦ୍ଦେର୍ଶକ୍ରମେ ଏସଆଇ ରବିନ୍ଦ୍ର ସାହୁଙ୍କ ନେତୃତ୍ବରେ ଏକ ଟିମ ବିନିକା ଥାନା ବାକର୍ଡ଼ିଆ ଛକରୁ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଲଖନ ଫରମାର(୨୪) ଓ ବବୁଲ ଚୈାହାନଙ୍କୁ ଅଟକାଇ ପଚରା ଉଚୁରା କରି ତଦନ୍ତ କରିଥିଲେ। ତାଙ୍କ ପାଖରୁ ପିତ୍ତଳ ତିନୋଟି ବଡ଼ମାଳି ଓ ୩୫୦୦ ଟଙ୍କା ଜବତ କରି ଦୁଇଜଣଙ୍କୁ ଗିରଫ କରିଥିଲେ। ଜାମିନ ନାମଞ୍ଜୁର ହେବାର ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି।
Follow Us